Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପୁଟିନ ଓ କିମ୍ ଜୋଙ୍ଗଙ୍କୁ ଆମେରିକାର ରାଷ୍ଟ୍ରପତି

ୱାଶିଂଟନ: ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଓ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗଙ୍କ ଭେଟଘାଟକୁ ନେଇ କଡା ପ୍ରତିକ୍ରିୟା ରଖିଛି ଆମେରିକା । ଦୁଇଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ରକୁ ନେଇ କୌଣସି ବୁଝାମଣା ହେଲେ ଆମେରିକା ନୂଆ ପ୍ରତିବନ୍ଧକ ଲାଗୁ କରିବାରୁ ପଛକୁ ହଟିବ ନାହିଁ ଆମେରିକା ପକ୍ଷରୁ ଚେତାବନୀ ଦିଆଯାଇଛି ।
ଆମେରିକା ପକ୍ଷରୁ କୁହାଯାଇଛି ଯେ, ଋଷିଆ-ଉତ୍ତରକୋରିଆ ଯେଭଳି ଭାବେ ଅସ୍ତ୍ରଶସ୍ତ୍ର ଚୁକ୍ତିକୁ ନେଇ ଆଲୋଚନା କରୁଛନ୍ତି ତାହା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପ୍ରସ୍ତାବର ଉଲ୍ଲଂଘନ କରୁଛି ।
ସେପଟେ ଋଷିଆ ଗସ୍ତରେ ଥିବା ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଋଷ ରାଷ୍ଟ୍ରପତିଙ୍କୁ ଉତ୍ତର-କୋରିଆ ଯିବାକୁ ନିମନ୍ତ୍ରଣ ଦେଇଥିବା ବେଳେ ପୁଟିନ ଏହାକୁ ସ୍ୱୀକାର କରିଛନ୍ତି ।
ପୁଟିନ ଓ କିମ୍ ଜୋଙ୍ଗ ମଧ୍ୟରେ ହୋଇଥିବା ବୈଠକକୁ ନେଇ ଚିନ୍ତାପ୍ରକଟ କରିଛି ଆମେରିକା । ୟୁକ୍ରେନ ଯୁଦ୍ଧ ମଧ୍ୟରେ ଉତ୍ତର କୋରିଆ ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଆମେରିକା ଆଶଙ୍କା କରିଛି । ଏଭଳି ପରିସ୍ଥିତିରେ ଆମେରିକା ବେୈଦେଶିକ ମନ୍ତ୍ରାଳର ପ୍ରବକ୍ତା ମାଥ୍ୟୁ ମିଲର ଚେତାବନୀ ଦେଇଛନ୍ତି ଯେ, ଯଦି ଋଷ ଏବଂ ଉତ୍ତରକୋରିଆ ଅସ୍ତ୍ରଶସ୍ତ୍ରକୁ ନେଇ କୌଣସି ଡିଲ୍ କରବେ ତେବେ ନୂଆ ପ୍ରତିବନ୍ଧକ ଲଗାଇବାରୁ ଆମେରିକା ପଛକୁ ହଟିବ ନାହିଁ ।

Show More

Related Articles

Back to top button