Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଉରିରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ବାରମୂଳା: ଜମ୍ମୁକଶ୍ମୀରର ବାରାମୂଳା ଜିଲ୍ଲାର ଉରିରେ ସେନା-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଶନିବାର ସକାଳେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଏନେଇ କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଏଠାରେ ଆତଙ୍କବାଦୀମାନେ ଲୁଚି ରହିଥିବା ବେଳେ ସେନାକୁ ଖବର ମିଳିଥିଲା । ଏହାପରେ ସେନା ଓ ବାରମୂଳା ପୋଲିସ ମିଳିତ ଭାବେ ସ୍ଥାନୀୟ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ପ୍ରତି ଜବାବ ଦେଇ ସୁରକ୍ଷାକର୍ମୀମାନେ ଫାୟାରିଂ କରିଥିଲେ । ଏବେ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଲାଗିରହିଥିବା ସୂଚନା ମିଳିଛି ।

Show More

Related Articles

Back to top button