ଦେଶସେଲିବ୍ରିଟିସ୍ୱତନ୍ତ୍ର

ଋଷଭ ପନ୍ତଙ୍କ ନାମରେ ଟ୍ରୋଲ୍‌ ହେବାରୁ ଚେତାବନୀ ଦେଲେ ଉର୍ବଶୀ

ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଋଷଭ ପନ୍ତଙ୍କ ନାମରେ ଟ୍ରୋଲ୍‌ ହେଉଛନ୍ତି ବଲିଉଡ୍‌ ବିଉଟି ଉର୍ବଶୀ ରୌତେଲା । ସୋସିଆଲ ମିଡିଆ ୟୁଜର୍ସ ଓ ଗସିପ୍‌ ପ୍ରେମୀମାନେ ସାଧାରଣରେ ଉର୍ବଶୀଙ୍କୁ ଦେଖିଲେ ଋଷଭ ପନ୍ତ ନାଁରେ ଡାକୁଛନ୍ତି । ଏଥିପାଇଁ ଉର୍ବଶୀ ମନ ଖରାପ କରିବା ସହ ଚେତାବନୀ ମଧ୍ୟ ଦେଇଛନ୍ତି ।

ତେବେ ଗତ ବୁଧବାର ମୁମ୍ବାଇରେ ଆୟୋଜିତ ଗଣେଶ ମହୋତ୍ସବରେ ପହଞ୍ଚିଥିଲେ ଉର୍ବଶୀ ।ଗଣମାଧ୍ୟମ କର୍ମୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ  । ଉର୍ବଶୀ ଏକ ସୁନ୍ଦର ଲେହଙ୍ଗା ପରିଧାନ କରି ପେଣ୍ଡାଲରେ ଏଣ୍ଟ୍ରି କରିବା ପରେ ଲୋକେ କ୍ରିକେଟର୍‌ ଋଷଭ ପନ୍ତଙ୍କ ନାଁ ନେଇ ଚିଲ୍ଲେଇବା ଆରମ୍ଭ କରିଦେଲେ । ଫଳରେ କିଛି ପ୍ରତିକ୍ରିୟା ନଦେଇ କ୍ରୋଧିତ ହୋଇ ସେଠାରୁ ଚାଲିଯାଇଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ଇନ୍‌ଷ୍ଟା ଷ୍ଟୋରୀରେ ଋଷଭ ପନ୍ତଙ୍କ ନାଁ ନେଇ ଚିତ୍କାର କରୁଥିବା ଲୋକଙ୍କର ଏକ ଭିଡିଓ ସେୟାର କଲେ । ଭିଡିଓ ସହିତ ଲୋକଙ୍କୁ ଚେତାବନୀ ଦେଇ ଉର୍ବଶୀ କ୍ୟାପ୍‌ସନ ଲେଖିଛନ୍ତି ‘ଏହା ବାସ୍ତବରେ ବନ୍ଦ ହେବା ଆବଶ୍ୟକ ନଚେତ୍‌…’ । ଏଥିରୁ ବେଶ ଭଲଭାବେ ବୁଝିହେଉଛି ଯେ, ଲୋକଙ୍କର ଏହି କାର୍ଯ୍ୟକଳାପକୁ ସେ ଆଦୌ ପସନ୍ଦ କରୁନାହାନ୍ତି । ତେବେ ବାକି ରହିଲା ଲୋକେ ତାଙ୍କ କଥାକୁ କେତେ ଗମ୍ଭୀରତାର ସହ ଗ୍ରହଣ କରିବେ ।

 

Show More

Related Articles

Back to top button