Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବେଗୁସରାୟ ଶିବଲିଙ୍ଗ ଭଙ୍ଗାଯିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉଦବେଗ

ବେଗୁସରାୟ- କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ବେଗୁସରାୟରେ ଶିବଲିଙ୍ଗ ଭଙ୍ଗାଯିବା ଘଟଣା ଏବଂ ଏହାପରେ ହୋଇଥିବା ହଙ୍ଗାମାରେ ହିନ୍ଦୁଙ୍କ ଗିରଫଦାରିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏହା ବିରୋଧରେ କଲେକ୍ଟର ଅଫିସ ସମ୍ମୁଖରେ ଧାରଣାରେ ସାମିଲ ହେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।
ଗିରିରାଜ କହିଛନ୍ତି ଯେ, ବେଗୁସରାୟରେ ଶିବଲିଙ୍ଗ ଭଙ୍ଗାଗଲା ଏବଂ 12ରୁ ଅଧିକ ନିର୍ଦ୍ଦୋଷ ହିନ୍ଦୁମାନଙ୍କୁ ଗିରଫ କରାଗଲା । ଯଦି ହିନ୍ଦୁ ହେବା ପାପ ତେବେ ମୁଁ ମଧ୍ୟ ଦୋଷୀ ବୋଲି କହିଛନ୍ତି ଗିରିରାଜ । ଆମର ଆସ୍ଥାକୁ ପ୍ରତିଦିନ ଆଘାତ ପହଞ୍ଚୁଛି ଏବଂ ଆମେ ଆହାଃ ବି ଟିକେ କହିପାରିବୁ ନାହିଁ । ବେଗୁସରାୟ ଶିବଲିଙ୍ଗ ଭଙ୍ଗାଯିବା ଘଟଣାରେ ହିନ୍ଦୁମାନଙ୍କ ଉପରେ ପ୍ରଶାସନିକ ବର୍ବରତା ଦେଖିବାକୁ ମିଳିଛି । ନୀତିଶ ସରକାରକୁ ହୋସରେ ଆସିବାକୁ କହିଛନ୍ତି ଗିରିରାଜ ।
ଗିରିରାଜ କହିଛନ୍ତି ଯେ, ବେଗୁସରାୟର ମାହୋଲ ଖରାପ ହେଉଛି ଏବଂ ଏହି ଘଟଣା ପରେ ପ୍ରଶାସନର ମୁଖା ସାମ୍ନାକୁ ଆସିଛି । ସେଠାରେ ବର୍ଷ ବର୍ଷ ଧରି ଦୋକାନ ଧମକ ଦିଆଯାଇ ଚାଲୁଛି, ପୋଲିସ ଏହାକୁ ହଟାଇବାକୁ ଉଦ୍ୟମ କରୁନାହିଁ । ବେଆଇନ ଭାବେ କାରବାର ଚାଲୁଛି, ଏହା ଅପରାଧର ଏକ ଆଡ୍ଡାସ୍ଥଳୀ ପାଲଟିଯାଇଛି । ବିହାରରେ ମଦ ବନ୍ଦ କରାଯାଇଛି ତେବେ ଏହି ମଦ କେଉଁଠୁ ଆସୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଶିବଲିଙ୍ଗ ଭଙ୍ଗାଯିବା ପରେ ଯଦି ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତେବେ ହଙ୍ଗାମା ହୋଇନଥାନ୍ତା । ଲୋକ ନ୍ୟାୟ ପାଇଁ ରାସ୍ତାକୁ ଆସିବାରୁ ପ୍ରଶାସନ ହିନ୍ଦୁମାନଙ୍କୁ ଟାର୍ଗେଟ କରିଛି । ଆକ୍ରୋଶମୂଳକ ଭାବେ ହିନ୍ଦୁମାନଙ୍କୁ ଦମନ କରାଯାଉଛି । ପ୍ରଶାସନ ଏଭଳି ଆଭିମୁଖ୍ୟ ଗ୍ରହଣ କଲେ ଲୋକେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ । ହିନ୍ଦୁମାନଙ୍କୁ ଧର୍ମରକ୍ଷା କରିବାକୁ ପଡିବ । ପ୍ରଶାସନର ଭୁଲ ଯୋଗୁ ଶିବଲିଙ୍ଗ ଭାଙ୍ଗିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Show More

Related Articles

Back to top button