ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ନିଜର ଜନ୍ମ ଗାଁ କଣିହାଁ ନାଲମକୁ ଯାଇଛନ୍ତି । ସେଠାରେ ନିଜର ସପରିବାର ଏବଂ ଗାଁଲୋକଙ୍କ ସହ କୂଳ ଦେବତା ଲକ୍ଷ୍ମୀ ନୃସିଂହ ମନ୍ଦିରରେ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ନିଜ ଗାଁର ଉନ୍ନତି ଓ ପରିବାରର ଶାନ୍ତି ନିମନ୍ତେ କେନ୍ଦ୍ରମନ୍ତ୍ରୀ କୂଳ ଦେବତା ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଗାଁ ଲୋକଙ୍କ ସହ ମିଶି ପୂଜାଅର୍ଚ୍ଚନା କରିଛନ୍ତି । ସେଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଛି। ଏହାପରେ ନାମ ସଂକୀର୍ତ୍ତନ ହେବା ସହ ଆଖପାଖର ଗାଁର ବିକାଶ ପାଇଁ ଲୋକମାନଙ୍କ ସହ କିଛି ସମୟ ଆଲୋଚନା ମଧ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ବାଟରେ ଯିବା ବେଳେ କଣିହାଁ ପ୍ରଜାମଣ୍ଡଳରେ କିଛି ସମୟ ବିତାଇବା ସହ ଗାନ୍ଧିଜୀ , ଗୋପବନ୍ଧୁ ଏବଂ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। କାର୍ଯ୍ୟକ୍ରମ ପରେ ଆଜି ତାଙ୍କର ନିଜସ୍ଵ ଘର ତାଳଚେର ଦିନଦୟାଲ ନଗର ଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରବିବାର ଦିନ ଢେଙ୍କାନାଳ ସାନନ୍ଦାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।