Breaking PLUSଦେଶମୁଖ୍ୟ ଖବର

ଖରାପ ପାଗ କାରଣରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜାନୁୟାରୀ 9ରେ ଜମ୍ମୁ-କଶ୍ମୀର ଗସ୍ତ ସ୍ଥଗିତ

ଜମ୍ମୁ, 8 ଜାନୁୟାରୀ – ଖରାପ ପାଗକୁ ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜାନୁୟାରୀ 9ରେ ଜମ୍ମୁକଶ୍ମୀର ଗସ୍ତକୁ ସ୍ଥଗିତ ରଖାଯାଇଛି । ସୂଚନା ମୁତାବକ କେନ୍ଦ୍ର ଗୃହମନ୍ତ୍ରୀ ଶାହ ଜାନୁୟାରୀ 9ରେ ଜମ୍ମୁରେ ବିକାଶଶୀଳ ଭାରତ ସଂକଳ୍ପଯାତ୍ରାରେ ସାମିଲ ହେବା ସହ ବିଭିନ୍ନ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥାନ୍ତେ ।ଏହି ଗସ୍ତକାଳରେ ଗୃହମନ୍ତ୍ରୀ ନିଯୁକ୍ତ ପାଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ଜମ୍ମୁ-କଶ୍ମୀରର ସୁରକ୍ଷା ଏବଂ ବିକାଶର ସମୀକ୍ଷା ବୈଠକରେ ଭାଗ ନେଇଥାନ୍ତେ । ଏହାସହିତ ପୁଞ୍ଚ ସେକ୍ଟର ପରିଦର୍ଶନ କରି ନିକଟରେ ମରାଯାଇଥିବା ପରିବାରବର୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପାଗର ଖରାପ ସ୍ଥିତି ଓ ପାଣିପାଗ ବିଭାଗର ପୂ୍ବାନୁମାନକୁ ଦୃଷ୍ଟିରେ ରଖି ଶାହଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି ।

Show More

Related Articles

Back to top button