Breaking PLUSଦେଶ ବିଦେଶମୁଖ୍ୟ ଖବର

ଡିସେମ୍ବର ୧୯ ତାରିଖରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଡିସେମ୍ବର ୧୯ ତାରିଖରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଗସ୍ତରେ ସେ ଦଳର ତିନୋଟି କାର୍ଯ୍ୟକ୍ରମରେ ସାମିଲ ହେବେ। ଗୁରୁବାର ବିଜେପି ଅଧ୍ୟକ୍ଷଙ୍କୁ ପଶ୍ଚିମବଙ୍ଗରେ ଆକ୍ରମଣ ହୋଇଥିବାରୁ ଶାହଙ୍କ ଏହି ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି।

ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ଏହି କାରଣରୁ ବିଜେପି ନେତାମାନେ ଏବେ ସେଠାରେ ମାରାଥନ୍ ପ୍ରଚାର ଚଲେଇଛନ୍ତି। ପ୍ରଚାର ଅଭିଯାନକୁ ଆଗକୁ ନେବା ପାଇଁ ଶାହ ଏଥର ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି ବୋଲି ଜଣାପଡ଼ିଛି।ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୁରୁବାର ପଶ୍ଚିମବଙ୍ଗରେ ପ୍ରଚାର ପାଇଁ ଯାଉଥିବାବେଳେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରକୁ କିଛି ଦୁବୁର୍ତ୍ତ ପଥର ମାଡ଼ କରିଥିଲେ। ଏହି ଆକ୍ରମଣରେ ନଡ୍ଡାଙ୍କର କିଛି କ୍ଷତି ହୋଇନଥିଲେ ମଧ୍ୟ ତାଙ୍କ ସହ ଥିବା ପଶ୍ଚିମବଙ୍ଗ ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ମୁକୁଲ ରାୟ ଆହତ ହୋଇଥିଲେ।

Show More

Related Articles

Back to top button