Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତିସାକ୍ଷାତକାର

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କାଲି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହା। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପରେ ୮ ତାରିଖ ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ସେଠାରୁ କଟକ ଯାଇ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଗୃହମନ୍ତ୍ରୀ ଅମିତ ଶାହା । ୮ ତାରିଖ ପୂର୍ବାହ୍ନ ୧୧ଟାରେ କଟକର ଇନଡୋର୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷେତ୍ର ଦିବସରେ ଯୋଗଦେବେ। ଏହାଛଡ଼ା ଅମିତ ଶାହା ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବି ଯୋଗ ଦେବେ। ସେ ଅପରାହ୍ନ ୫ଟାରେ ମୋଦି@20 ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ୬ଟା୧୫ରେ ଭୁବନେଶ୍ୱର ଛାଡ଼ିବାର କାର୍ଯ୍ୟକ୍ରମ ରହିଛି। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ରବିବାର ଦିନ କଟକ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ଓ ଇନଡୋର୍ ଷ୍ଟାଡିୟମ୍ ପରିଦର୍ଶନ କରିବା ସହ ବିଜେପିର ବରିଷ୍ଠ ନେତା ଓ କଟକ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।

Show More

Related Articles

Back to top button