Breaking PLUSଦେଶମୁଖ୍ୟ ଖବର

ଅହମଦାବାଦ-ଅଯୋଧ୍ୟା ମଧ୍ୟରେ ବିମାନ ସେବାର ଶୁଭାରମ୍ଭ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ – ଏୟାରଲାଇନ୍ସ ଇଣ୍ଡିଗୋ ପକ୍ଷରୁ ଅହମଦାବାଦ-ଅଯୋଧ୍ୟା ମଧ୍ୟରେ ପ୍ରଥମ ତ୍ରିସାପ୍ତାହିକ ଉଡାଣ ସେବାର ଶୁଭାରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଭିକେ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଗୁରୁବାର ଏହି ଉଡାଣକୁ ପତାକା ଦେଖାଇଛନ୍ତି ।
ଅଯୋଧ୍ୟାରୁ ଅହମଦାବାଦ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଉଡାଣ ସେବାକୁ ଭିସି ଜରିଆରେ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ଅନନ୍ତ କୃପା ଓ ପ୍ରଧାନମନ୍ତ୍ରୀଙ୍କ ଦୃଢ ସଂକଳ୍ପ କାରଣରୁ ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ଏୟାରପୋର୍ଟ ସହିତ ନୂଆ ବିମାନ ସେବା ଆରମ୍ଭ ହୋଇଛି । ଅହମଦାବାଦ ଓ ଅଯୋଧ୍ୟା ମଧ୍ୟରେ ଇଣ୍ଡିଗୋ ଏୟାରଲାଇନର ସିଧା ଉଡାଣ ଯୋଗୁ କେବଳ ପର୍ଯ୍ୟଟନ ବୃଦ୍ଧି ହେବନି, ଏହାଯୋଗୁ ରୋଜଗାର ସୃଷ୍ଟି ହେବା ସହ ଆର୍ଥିକ ବିକାଶ ପାଇଁ ବଳ ମଧ୍ୟ ମିଳିବ ।

Show More

Related Articles

Back to top button