ଯୁଦ୍ଧ ମଧ୍ୟରେ ବି ପତ୍ନୀଙ୍କ ସହ ଫଟୋ ସୁଟ୍ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

କିଭ୍ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ବିଭିଷିକା ମଧ୍ୟରେ ବି ପତ୍ନୀଙ୍କ ସହିତ ଫଟୋ ସୁଟ୍ କରି ସୋସିଆଲ୍ ମିଡିଆରେ ଟ୍ରୋଲ ହୋଇଛନ୍ତି। ଏକ ମ୍ୟାଗାଜିନ୍ ପାଇଁ କରାଯାଇଥିବା ଏହି ଫଟୋସୁଟ୍ରେ ଜେଲେନ୍ସ୍କି ତାଙ୍କ ପତ୍ନୀଙ୍କ ସହିତ ନଜର ଆସିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ଟ୍ରୋଲ କରିଥିଲେ ୟୁଜର୍ସ। ସୂଚନା ଅନୁସାରେ ରୁଷ-ୟୁକ୍ରେନ ଯୁଦ୍ଧକୁ ପାଞ୍ଚମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ। ଉଭୟ ଦେଶ ନିଜ ନିଜର ଜିଦରେ ଅଟଳ ରହୁଛନ୍ତି। ଯୁଦ୍ଧ ଭିତରେ ଅନେକ ୟୁକ୍ରେନୀୟ ଦେଶ ଛାଡ଼ି ସାରିଛନ୍ତି। ଏହାରି ଭିତରେ ଜେଲେନ୍ସ୍କିଙ୍କ ଏଭଳି ଫଟୋସୁଟକୁ ନେଇ ସୋସିଆଲ ମିିଡିଆରେ ଟ୍ରୋଲ୍। ଅବଶ୍ୟ ଯୁଦ୍ଧଗ୍ରସ୍ଥ ୟୁକ୍ରେନରେ ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ଭିତରେ ସବୁଠି ଆଗରେ ଠିଆ ହୋଇଛନ୍ତି। ଏମିତିକି ସେନା ସହିତ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଋଷ ତୁଳନାରେ ୟୁକ୍ରେନ ଛୋଟ ଦେଶ ହୋଇଥିବାରୁ ଜେଲେନସ୍କିଙ୍କ ପରାକ୍ରମକୁ ସାବାସି ଜଣାଇଥିଲେ ଅନେକ ଦେଶ। କିନ୍ତୁ ଯୁଦ୍ଧର ପାଞ୍ଚ ମାସପରେ ଜେଲେନସ୍କିଙ୍କୁ ନାଇଟ୍ରୋଲ କରୁଛନ୍ତି ୟୁଜର୍ସ। ଜେଲେନସ୍କି ତାଙ୍କ ପତ୍ନୀଙ୍କ ସହିତ ‘ଭୋଗେ’ ନାମକ ଏକ ମ୍ୟାଗାଜିନ୍ ବା ପତ୍ରିକାର ଡିଜିଟାଲ କଭର୍ ପେଜ୍ ପାଇଁ ଫଟୋସୁଟ କରିଥିଲେ, ଯାହାକି ଅନଲାଇନରେ ଭାଇରାଲ ହୋଇଥିଲା। ତେବେ ଏଥିପାଇଁ ଟ୍ରୋଲର ଶିକାର ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି।