
ନୂଆଦିଲ୍ଲୀ: ଋଷ ସେନା ହଟିଲା ପରେ କିଭ୍ କୁ ନିଜ ଅକ୍ତିଆରକୁ ନେଲା ୟୁକ୍ରେନ। ୟୁକ୍ରେନ ସୈନ୍ୟମାନେ ଏହି ସହରକୁ ପୁଣି ଥରେ ନିଜ ଦଖଲକୁ ଆଣିଛନ୍ତି ବୋଲି ଖାର୍କିଭର ରାଜ୍ୟପାଳ ଦାବି କରି କହିଛନ୍ତି । ୪ଦିନ ଧରି ଲାଗି ରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଋଷ ସେନା କିଭ୍ କୁ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଥିଲା , କିନ୍ତୁ ଆଜି ୟୁକ୍ରେନ ସେନା ଏହାକୁ ବିଫଳ କରିବା ଦ୍ୱାରା ଋଷର ସୈନିକମାନେ ଟ୍ୟାଙ୍କର ଏବଂ ସେମାନଙ୍କ ଗାଡି ଛାଡି ପଳାୟନ କରିଛନ୍ତି।
ଏହା ପୂର୍ବରୁ ୟୁକ୍ରେନ ପକ୍ଷରୁ ଦାବି କରାଯାଇଥିଲା ଯେ, ୟୁକ୍ରେନ ସେନାର ଆକ୍ରମଣରେ ଋଷର ୪,୩୦୦ ଯବାନ ପ୍ରାଣ ହରାଇଛନ୍ତି। ଏତଦ୍ ବ୍ୟାତୀତ ରୁଷୀୟ ସୈନ୍ୟମାନଙ୍କ ପ୍ରାୟ ୧୪୬ଟ୍ୟାଙ୍କର, ୨୭ଟି ବିମାନ ଏବଂ ୨୬ଟି ହେଲିକପ୍ଟର ୟୁକ୍ରେନ ସେନା ନଷ୍ଟ କରିଦେଇଛନ୍ତି। ତେବେ ଦୁଇ ଦେଶର ସୈନ୍ୟମାନେ ନିଜ ଏବେ ସାମ୍ନାସାମ୍ନୀ ହୋଇଥିବା ବେଳେ ଋଷର ଗଣମାଧ୍ୟମ ଦାବି କରିଛି ଯେ ୟୁକ୍ରେନ ନିଜର ପ୍ରତିନିଧୀ ଦଳକୁ ବେଲାଋଷକୁ ଆଲୋଚନା ପାଇଁ ପଠାଇଛି। ତେବେ ଏହି ଯୁଦ୍ଧ ଆଉ କେତେ ଦିନ ଚାଲିବ, ଏବେ ଏହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।