
ଦିନକୁ ଦିନ ସଙ୍କଟ ଦେଇ ଗତି କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ । ତାଙ୍କ ଦଳର ସଦସ୍ୟମାନେ ତାଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କ ପାଇଁ କାଳ ସାଜିଛି ଟିକସ ହ୍ରାସ ନିଷ୍ପତ୍ତି । ତେଣୁ ନିଜ ପଦବୀ ବଞ୍ଚାଇବା ପାଇଁ ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି ସେ ।
ସେହିପରି ନିଷ୍ପତ୍ତି ନେବାରେ ଭୁଲ କରିଛନ୍ତି ବୋଲି ଟ୍ରସ କହିଛନ୍ତି । ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ମୁଁ ଉଚ୍ଚ ଟିକସ ସମସ୍ୟାର ମୁକାବିଲା ପାଇଁ ଟିକସ ହ୍ରାସ କରି ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲି। କିନ୍ତୁ ଭୁଲ ପ୍ରମାଣିତ ହୋଇଥିଲା। ତେବେ ସରକାର ନେତୃତ୍ୱ ନେବା ଜାରି ରଖିବି ବୋଲି ସେ କହିଛନ୍ତି।ଟ୍ରସଙ୍କ ଏହି ଭୁଲ ନିଷ୍ପତ୍ତି ହେତୁ ତାଙ୍କ ସରକାର ଏକ ମାସ ମଧ୍ୟରେ ବିବାଦ ଘେରକୁ ଆସିଛି। ଶାସକ କଞ୍ଜରଭେଟିଭ୍ ପାର୍ଟିର ୧୦୦ରୁ ଅଧିକ ଏମ୍ପି ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି।