Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆମେ ଏକତ୍ରିତ ହୋଇ ଆହ୍ୱାନଗୁଡିକର ସମାଧାନ କରିପାରିବା: ଋଷି ସୁନକ

ନୂଆଦିଲ୍ଲୀ : ଭାରତରେ ଜି-୨୦। ଆଜି ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଟ୍ୱିଟ ଯୋଗେ କହିଛନ୍ତି, ୧୫ ବର୍ଷ ପୂର୍ବରୁ ଜି-୨୦ର ନେତା ମାନେ ଆର୍ଥିକ ସଙ୍କଟ ପରେ ଅଭିବୃଦ୍ଧି ଫେରାଇ ଆଣିବା ପାଇଁ ପ୍ରଥମ ଥର ଏକତ୍ରିତ ହୋଇଥିଲେ। ଅନେକ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଆମେ ଏକତ୍ରିତ ହେଉ। ନେତୃତ୍ୱ ପ୍ରଦାନ କରିବା ପାଇଁ ବିଶ୍ୱ ପୁଣି ଥରେ ଜି-୨୦ ଆଡକୁ ଚାହିଁଛି। ମୁଁ ବିଶ୍ୱାସ କରେ, ଆମେ ଏକତ୍ରିତ ହୋଇ ଆହ୍ୱାନ ଗୁଡିକର ସମାଧାନ କରି ପାରିବା। ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ଏହି ଟ୍ୱିଟ କରିଛନ୍ତି।

ଆଜି ଠାରୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ସୁସଜ୍ଜିତ ଭାରତ ମଣ୍ଡପମ୍‌‌ରେ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ମଣ୍ଡପମ୍‌‌ରେ ଅତିଥିମାନଙ୍କ ଆଗମନ ହୋଇଛି। ଭାରତ ମଣ୍ଡପମ୍‌‌ରେ ଏକାଠି ହୋଇଛନ୍ତି ବିଶ୍ୱନେତା। ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ମଧ୍ୟ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି।

Show More

Related Articles

Back to top button