Breaking PLUSଦୁର୍ଘଟଣାମୁଖ୍ୟ ଖବର
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହାତ ହୋଇଥବା ଜଣା ପଡିଛି ।ସୂଚନା ଅନୁସାରେ ଏକ ଅଟୋରେ ମହିଧରପୁରରୁ ୪ ଜଣ ଯାତ୍ରୀ ଦୁର୍ଗାପୁର ଆସୁଥିବା ସମୟରେ ଏକ ପିଆଜ ବୋଝେଇ ଟ୍ରକ ଧକ୍କା ଦେଇ ଥିଲା । ଫଳରେ ଘଟଣା ସ୍ଥଳରେ ୨ଜଣ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯାତ୍ରୀ ଓ ଚାଳକ ଆହତ ହୋଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା । ମୃତ ମହିଳା ମାନେ ହେଲେ ଦୁର୍ଗାପୁର ଗାଁର ମହିଳା କାନ୍ତି ସାହୁ ଓ ଜରପଡା ଗାଁର କୋକିଳ ସାହୁ ।