Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ରେନରେ କଟି ୨ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର- ଟ୍ରେନରେ କଟି ୨ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଏକ ସ୍କୁଲରେ କାର୍ଯ୍ୟରତ ପାଚିକା ସହାୟିକା। ଗଞ୍ଜାମ ଜିଲା ସୋରଳ ଷ୍ଟେସନରେ ରବିବାର ଏହି ଅଘଟଣ ଘଟିଛି।

ଜଗନ୍ନାଥପୁରର ପାର୍ବତୀ ଗୌଡ଼ ଏବଂ ଝୁନୁ ଗୌଡ଼ ସ୍ଥାନୀୟ ସ୍କୁଲରେ ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ସେମାନେ ଭୁବନେଶ୍ଵରରେ ପାଚିକା ସଂଘ ସଭାରେ ଯୋଗଦେବାକୁ ଟ୍ରେନ ଯୋଗେ ଆସିବା ଲାଗି ଷ୍ଟେସନକୁ ଆସିଥିଲେ। ଷ୍ଟେସନରେ ଟ୍ରେନରେ ଚଢ଼ିବା ସମୟରେ ଗୋଡ଼ ଖସିଯିବାରୁ ଉଭୟେ ରେଳଧାରଣାରେ ପଡ଼ିଯାଇଥିଲେ। ଫଳରେ ସେମାନଙ୍କ ଉପରେ ଟ୍ରେନ ଚଢ଼ିଯାଇଥିଲା।

Show More

Related Articles

Back to top button