Breaking PLUSଓଡ଼ିଶା

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

ଡ୍ରାଇଭର ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥ ହାତୀଲୁଚାଣି ଛକରେ ଭୟଙ୍କର ଦୁର୍ଘଟଣା । ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଣଙ୍କର ମୃତ୍ୟୁ ହୋଇଥିବା ଆଉ ଜଣେ ଗୁରୁତର ହୋଇଛନ୍ତି ।

ଖବର ଅନୁଯାୟୀ, ହାତୀଲୁଚାଣି ଛକରେ ଦୁଇଟି ଟ୍ରକ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହା ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡ୍ରାଇଭର ଗୁରୁତର ହୋଇଛି । ମୃତ ଡ୍ରାଇଭର ହିନ୍ଦୋଳ ଅଞ୍ଚଳର ଅଜୁ ମହାପାତ୍ର ହୋଇଥିବା ବେଳେ ଗୁରୁତର ଥିବା ଡ୍ରାଇଭର ଅନୁଗୁଳ ଅଞ୍ଚଳର ତ୍ରିପୁର ସାହୁ ବୋଲି ଜଣାପଡିଛି । ଗୁରୁତରଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button