ଓଡ଼ିଶା

ସାଉଥ କୋରିଆ ଏୟାରପୋର୍ଟରୁ ଦୁଇ ଶ୍ରୀଲଙ୍କା ତୀରନ୍ଦାଜ ନିଖୋଜ

କଲମ୍ବୋ: ଦକ୍ଷିଣ କୋରିଆରେ ନିଖୋଜ ହୋଇଯାଇଛନ୍ତି ଶ୍ରୀଲଙ୍କାର ଦୁଇଜଣ ତୀରନ୍ଦାଜ । ବିଶେଷ ଟ୍ରେନିଂ ପାଇଁ ଦକ୍ଷିଣ କୋରିଆ ପଠାଯାଇଥିବା ଶ୍ରୀଲଙ୍କାର ଦୁଇଜଣ ଜାତୀୟ ତୀରନ୍ଦାଜ ଏୟାରପୋର୍ଟରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି ।
କଲମ୍ବୋ ପୋଷ୍ଟ ମୁତାବକ ଖେଳ ମନ୍ତ୍ରାଳୟର ଅନୁମତି ପରେ ଶ୍ରୀଲଙ୍କାର ତୀରନ୍ଦାଜ ସଂଘ (ଏସଏଲଏଏ) ପକ୍ଷରୁ ବିଶେଷ ପ୍ରଶିକ୍ଷଣ ପାଇଁ 5ଜଣ ଖେଳାଳି ଓ ଜଣେ କୋଚଙ୍କୁ ଦକ୍ଷିଣ କୋରିଆ ପଠାଯାଇଥିଲା । ତେବେ ଏହି ଟିମର ଦୁଇଜଣ ଖେଳାଳି ଦକ୍ଷିଣ କୋରିଆର ଏୟାରପୋର୍ଟରୁ କେଉଁଆଡେ ଚାଲିଯାଇଛନ୍ତି । ସେମାନେ କୁଆଡେ ଗଲେ ସେ ନେଇ ଅନ୍ୟ ଖେଳାଳି କିମ୍ବା କୋଚଙ୍କ ପାଖରେ କୌଣସି ଖବର ନାହିଁ ।
ଅନ୍ୟପଟେ ଦକ୍ଷିଣ କୋରିଆରେ ଆୟୋଜିତ ହୋଇଥିବା ଟ୍ରେନିଂ ଅଧିବେଶନରେ 3ଜଣ ଖେଳାଳି ଓ କୋଚ ଭାଗ ନେଇଥିଲେ ।
ଶ୍ରୀଲଙ୍କା ତୀରନ୍ଦାଜ ସଂଘର ଅଧ୍ୟକ୍ଷ ରୋଶନ କଦନତାଚୀ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଟିମର ମ୍ୟାନେଜରଙ୍କ ରିପୋର୍ଟ ମୁତାବକ ଖେଳ ମନ୍ତ୍ରାଳୟ ସହିତ ଶ୍ରୀଲଙ୍କା ସେନା ଏବଂ ନୌସେନା ଖେଳ ଅଧିକାରୀଙ୍କୁ ଏହା ସମ୍ପର୍କରେ ଅବଗତ କରାଯାଇଛି ।

Show More

Related Articles

Back to top button