Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରୟାଗରାଜ ଇଫକୋ କାରଖାନାରେ ବଡ଼ ଦୁର୍ଘଟଣା, ଗ୍ୟାସ ନିର୍ଗତ ହୋଇ ୨ ମୃତ

ଉତ୍ତର ପ୍ରଦେଶର ପୟାଗରାଜସ୍ଥିତ ଇଫକୋ କାରଖାନାରେ ବଡ଼ ଦୁର୍ଘଟଣା ଘଟିଛି। ୟୁରିଆ ପ୍ରସ୍ତୁତ କରୁଥିବା ଏହି କାରଖାନାରେ ମଙ୍ଗଳବାର ରାତିରେ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ୨ ଜଣ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି। ଏହି ଘଟଣାରେ ଅନେକ କର୍ମଚାରୀ ଅସୁସ୍ଥ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି।

ଉତ୍ତର ପ୍ରଦେଶର ପୟାଗରାଜସ୍ଥିତ ଇଫକୋ କାରଖାନାରେ ବଡ଼ ଦୁର୍ଘଟଣା ଘଟିଛି। ୟୁରିଆ ପ୍ରସ୍ତୁତ କରୁଥିବା ଏହି କାରଖାନାରେ ମଙ୍ଗଳବାର ରାତିରେ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ୨ ଜଣ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି। ଏହି ଘଟଣାରେ ଅନେକ କର୍ମଚାରୀ ଅସୁସ୍ଥ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ଗ୍ୟାସ ନିର୍ଗତର ସମ୍ମୁଖୀନ ହୋଇଥିବା ୧୫ ଜଣ କର୍ମଚାରୀ ଗୁରୁତର ଅଛନ୍ତି। ଏହି ଦୁର୍ଘଟଣାରେ କାରଖାନାର ସହାୟକ ପରିଚାଳକ ବିପି ସିଂହ ଓ ଡେପୁଟି ପରିଚାଳକ ଅଭିନନ୍ଦନଙ୍କ ପ୍ରାଣହାନୀ ଘଟିଛି

ପ୍ରୟାଗରାଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ୪୦ କିଲୋମିଟର ଦୂର ଫୁଲପୁରରେ ଇଫକୋ (ଇଣ୍ଡିଆନ ଫାର୍ମର୍ସ ଆଣ୍ଡ ଫର୍ଟିଲାଇଜର କୋ-ଅପରେସନ ଲିମିଟେଡ)ର କାରଖାନା ରହିଛି। ଏହି କମ୍ପାନୀକୁ ଏସୀୟ କମ୍ପାନୀଙ୍କ ମଧ୍ୟରେ ଗଣତି କରାଯାଇଥାଏ। ମଙ୍ଗଳବାର ବିଳମ୍ବିତ ରାତି ଯାଏଁ କାରଖାନାରେ କାମ ଚାଲିଥିଲା। ରାତିରେ ୧୦୦ ଜଣ କର୍ମଚାରୀ କାମ କରୁଥିଲେ।

Show More

Related Articles

Back to top button