ଅପରାଧଆଇନ କାନୁନଓଡ଼ିଶାରାଜନୀତି

ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମାମାଡ ଘଟଣାରେ ୨ ଗିରଫ

ଦୁଇ ଅଭିଯୁକ୍ତ ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଆରଦା ଗାଁର

ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରେ ବୋମାମାଡ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଆରଦା ଗାଁର ବିଶ୍ୱଜିତ ବେହେରା ଓ ଟିଟୁ ସାହୁ ।

ସୂଚନା ଅନୁଯାୟୀ, ଗତ ୯ ତାରିଖ ରାତିରେ ସମିଳିଆ ସ୍ଥିତ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ରଙ୍କ ବାସ ଭବନ ଉପରେ କିଛି ଦୁର୍ବୃତ୍ତ ବୋମାମାଡ କରିଥିଲେ । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିବାବେଳେ ସୋମବାର ଏହି ପ୍ରସଙ୍ଗରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ପୋଲିସ ଡିଜିଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୋଲିସ୍ ମଧ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଥିଲା । ଏବେ ପୋଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୫ ରୁ ଅଧିକ ଲୋକ ସାମିଲ ଥିବା ପୋଲିସ୍ ପକ୍ଷରୁ ସୂଚନା ରହିଛି ।

Show More

Related Articles

Back to top button