Breaking PLUSଓଡ଼ିଶାମୁଖ୍ୟ ଖବର

ରାଉରକେଲା ଷ୍ଟିଲପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍, ଚାଲିଗଲା ୨ ଜଣଙ୍କର ଜୀବନ

ଓଡିଶାର ସର୍ବବୃହତ ଇସ୍ପାତ ଶିଳ୍ପ ରାଉରକେଲା ଷ୍ଟିଲପ୍ଲାଣ୍ଟ (ଆରଏସପି) ରେ ଗ୍ୟାସ ଲିକ୍ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକଙ୍କ ସ୍ଥିତି ସଂକଟାପନ୍ନ ଥିବା ସୂଚନା ମିଳିଛି ।

ଓଡିଶାର ସର୍ବବୃହତ ଇସ୍ପାତ ଶିଳ୍ପ ରାଉରକେଲା ଷ୍ଟିଲପ୍ଲାଣ୍ଟ (ଆରଏସପି) ରେ ଗ୍ୟାସ ଲିକ୍ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକଙ୍କ ସ୍ଥିତି ସଂକଟାପନ୍ନ ଥିବା ସୂଚନା ମିଳିଛି ।

ସୂଚନା ମୁତାବକ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର କୋଲ କେମିକାଲ ବିଭାଗରେ ଅଚାନକ୍ ବିଶାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ଲାଣ୍ଟ ପରିସରରେ କାମ କରୁଥିବା ଲୋକମାନେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇପଡିଥିଲେ । ଆଜି ଗୁରୁତର ମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ସେମାନେ ବି ଆଇଜିଏଚ୍ ରେ ଚିକିତ୍ସାଧିନ ରହିଛନ୍ତି ।

Show More

Related Articles

Back to top button