ଓଡ଼ିଶାମୁଖ୍ୟ ଖବର

ତାଳଦଣ୍ଡା କେନାଲରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ତାଳଦଣ୍ଡା କେନାଲରେ ଅଘଟଣ । ଅଠରବାଙ୍କୀ ତାଳଦଣ୍ଡା କେନାଲରେ ବୁଡ଼ି ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । ଖେଳୁଥିବା ସମୟରେ କେନାଲରେ ବୁଡ଼ିଯାଇଥିଲେ ଜଣେ ୪ବର୍ଷର ଝିଅ ଏବଂ ୪ ବର୍ଷର ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଠରବାଙ୍କି ଲକପଡ଼ା ବସ୍ତିରେ । ସୂଚନା ଅନୁସାରେ ଲକପଡ଼ା ବସ୍ତିରେ ରହୁଥିବା ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଏବଂ ବୁଦ୍ଧଦେବ ଦାସଙ୍କ ୪ ବର୍ଷର ଝିଅ ତାଳଦଣ୍ଡା କେନାଲ ବନ୍ଧରେ ଖେଳୁଥିବା ବେଳେ କେନାଲକୁ ଖସିପଡ଼ିଥିଲେ । କିଛି ସମୟ ପରେ ଗାଧୋଉଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡ଼କ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଲକପଡ଼ା ବସ୍ତିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 

Show More

Related Articles

Back to top button