Breaking PLUSଦୁର୍ଘଟଣାମୁଖ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଭାଇ ମୃତ, ମା’ ଗୁରୁତର

ଫୁଲବାଣୀ : ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କନ୍ଧମାଳ ଫିରିଙ୍ଗିଆ ଥାନା ଅଞ୍ଚଳରେ l ଦୁଇ ଯୁବକ ଏବଂ ତାଙ୍କ ମାଆ ଫୁଲବାଣୀରୁ ବାଇକରେ ନିଜ ଗ୍ରାମ ଜଜେସପଙ୍ଗାର ଉପର ଦାମିକିଆ ଯାଉଥିବା ବେଳେ ଫିରିଙ୍ଗିଆ ଆଦର୍ଶ ବିଦ୍ୟାଳୟ ନିକଟରେ ଏପରି ଏକ ଦୁର୍ଘଟଣା ଘଟିଛି l ମୃତକ ଦୁଇ ଜଣ ହେଲେ ଦୁଇଭାଇ ଚନ୍ଦନ ଦିଗଲ ଓ ଆୟୁଷ ଦିଗଲ । ଫିରିଙ୍ଗିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରଛି । ଏକ ଅଜଣା ଟ୍ରକ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି l ଗୁରୁତର ଅବସ୍ଥାରେ ଥିବା ମା ଯୋଶନା ଦିଗଲଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ତେବେ କୌଣସି ଏକ କାମରେ ମା ଓ ଦୁଇ ପୁଅ ଫୁଲବାଣୀ ଆସିଥିବା ବେଳେ କାମ ସାରି ଗାଁକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଧକା ହେବା କାରଣରୁ ବାଇକଟି ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଯାଇଛି l ଏହି ଦୁର୍ଘଟଣାରେ ମା’ ଗୁରୁତର ଆହାତ ହେବା ସହିତ ଦୁଇ ପୁଅଙ୍କ ମୃତ୍ୟୁ ହେଇଛି ।

Show More

Related Articles

Back to top button