ଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ଟ୍ରକ୍ ଧକ୍କାରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ

ଦ୍ରକ: ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଗତକାଲି ରାତି ୯ ଟା ୩୦ ମିନିଟ୍ ବେଳେ ଏକ ଟ୍ରକ ଧକ୍କାରେ ଦୁଇ ବାଇକ୍ ଆରୋହୀ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଟ୍ରକ ଚାପି ଦେଇ ଫେରାର ହୋଇଯାଇଥିବା ବେଳେ ରାସ୍ତା ଉପରେ ଦୁଇ ଯୁବକଙ୍କ ମୃତଦେହ ପଡ଼ି ରହିଥିଲା। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ମୃତ ଦୁଇ ଯୁବକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଂଚଳର ସୌଭାଗ୍ୟ ପରିଡ଼ା ଓ ମୀନକେତନ ବିନ୍ଧାଣୀ। ଖବର ପାଇବା ପରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ଉଠାଇଥିଲେ। ପରେ ଦୁଇ ମୃତ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ପରିବାର ସଦସ୍ୟ ଆସିବା ପରେ ମୃତ ଯୁବକଙ୍କର ଶବ ଆଜି ସକାଳେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗତକାଲି ପବିତ୍ର ଦୀପାବଳି ଅବସରରେ କାଳୀପୂଜା ଦେଖିବାକୁ ଯାଉଥିବା ଦୁଇ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଭଦ୍ରକର ମା ଭଦ୍ରକାଳୀ ନିକଟସ୍ଥ ମାଉଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Show More

Related Articles

Back to top button