ଦେଶସ୍ୱତନ୍ତ୍ର

ୟୁଜରଙ୍କ ପାଇଁ ପୁଣି ଥରେ ବ୍ଲୁ ସବସ୍କ୍ରିପସନ ଲଞ୍ଚ କରିବାକୁ ଯାଉଛି ଟୁଇଟର

ୟୁଜରଙ୍କ ପାଇଁ ପୁଣି ଥରେ ବ୍ଲୁ ସବସ୍କ୍ରିପସନ ଲଞ୍ଚ କରିବାକୁଯାଉଛି ଟୁଇଟର । ଏଣିକି ୟୁଜର୍ସ ପେମେଣ୍ଟ କରି ବ୍ଲୁ ଟିକ୍ ହାସଲ କରିପାରିବେ। ବ୍ଲୁ ସବସ୍କ୍ରିପସନ ମିଳିବା ପରେ ୟୁଜରଙ୍କୁ କଣ୍ଟେଣ୍ଟ ଏଡିଟ୍ ବ୍ୟତୀତ ଅନେକ ସୁବିଧା ମଧ୍ୟ ମିଳିବ। କିନ୍ତୁ ବିଶେଷ କଥା ହେଲା ଆପଲ ଆଇଓଏସ ବ୍ବହାରକାରୀଙ୍କ ପାଇଁ ମହଙ୍ଗା ହେବ ଏହି ସେବା । ତେବେ ଆଜି ଏହି ଫିଚର୍ସ ଲଞ୍ଚ ହେବା ପରେ ଏହାକୁ ବ୍ୟବହାର କରିପାରିବେ ୟୁଜର୍ସ ।

ଟ୍ବିଟର ଓ୍ବେବ୍ ପାଇଁ ୮ ଡଲାର ପ୍ରତି ମାସ ଥିବାବେଳେ, ଆଇଓଏସ ପାଇଁ ୧୧ ଡଲାର ପ୍ରତିମାସର ପେମେଣ୍ଟ ରହିଛି।କମ୍ପାନୀର ନୂଆ ପଲିସି ଅନୁଯାୟୀ ଏବେ ଟ୍ବିଟର ୟୁଜରଙ୍କ ଆକାଉଣ୍ଟର ସମୀକ୍ଷା କରାଯିବ। କେବଳ ଭେରିଫାଇ ଫୋନ୍ ନମ୍ବର ଥିବା ୟୁଜରଙ୍କୁ ହିଁ ସେବା ମିଳିବ। ଏଥିପାଇଁ ଟ୍ବିଟର କର୍ମଚାରୀ ମଧ୍ୟ ଆକାଉଣ୍ଟର ସମୀକ୍ଷା କରିବେ। ଭେରିଫିକେସନ ପରେ ୟୁଜର୍ସଙ୍କୁ ବ୍ଲୁ ଟିକ୍ ଦିଆଯିବ। ଏହା ସହ ୟୁଜରଙ୍କୁ ଟ୍ବିଟ୍‌ର କେଣ୍ଟେଣ୍ଟକୁ ଏଡିଟ୍ କରିବା ଅପ୍ସନ ମିଳିବ। ଅବଶ୍ୟ ୟୁଜର୍ସ କେବଳ ୩୦ ମିନିଟ୍ ମଧ୍ୟରେ କଣ୍ଟେଣ୍ଟକୁ ଏଡିଟ୍ କରିପାରିବେ।

ଏହା ବ୍ୟତୀତ ଫୁଲ୍ ଏଚଡି ଭିଡିଓ ମଧ୍ୟ ଅପଲୋଡ କରିପାରିବେ। ଏହା ସହ ଲମ୍ବା ଟ୍ବିଟ୍ ମଧ୍ୟ କରିପାରିବେ। ସବସ୍କ୍ରିପସନ ନେଇଥିବା ୟୁଜରଙ୍କୁ ୫୦ ପ୍ରତିଶତ କମ୍ ବିଜ୍ଞାପନ ଦେଖାଯିବ। ଖାସ୍ କଥା ହେଉଛି ଯଦି ୟୁଜର୍ସ ଯଦି ନିଜ ପ୍ରୋଫାଇଲ ଫଟୋ କିମ୍ବା ନାମ ବଦଳାଉଛନ୍ତି ତେବେ ତାଙ୍କ ବ୍ଲୁ ଟିକ୍ ହଟାଇଦିଆଯିବ ଏବଂ ପୁଣି ଥରେ ଭେରିଫିକେସନ ପରେ ହିଁ ବ୍ଲୁ ଟିକ୍ ଦିଆଯିବ।

Show More

Related Articles

Back to top button