ଓଡ଼ିଶା

ବାଇକ୍‌ ଉପରେ ଚଢ଼ିଗଲା ହାଇୱା ଟ୍ରକ

୨ ଗୁରୁତର କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି

୫୫ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ରାଜପଥରେ ଥିବା ବୁଢ଼ିଢାବା ପାଖରେ ଏକ ବାଇକ ଉପରେ ଗୋଟିଏ ହାଇୱା ଟ୍ରକ ଚଢ଼ିଯାଇଛି। ବାଇକରେ ଯାଉଥିବା ଶଳା ଭିଣୋଇ ଏହି ଦୁର୍ଘଟଣାରେ ଗୁରୁତର ହୋଇ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନସୁଧୁରି  ଉଭୟଙ୍କର ଗୋଟିଏ ଲେଖାଏଁ ଗୋଡ଼ ପୁରା ନଷ୍ଟ ହୋଇଥିବା ଜଣା ପଡ଼ିଛି।

ଗୁରୁତର ହୋଇଥିବା ଶଳା ଭିଣେଇ ସ୍ଥାନୀୟ ଗୋବିନ୍ଦପୁର ଗାଁର ମାନସ ନାୟକ ଓ ଖୁଣ୍ଟୁଣି ଥାନା ଦରିଆ ଗାଁର ସୂର୍ଯ୍ୟକାନ୍ତ ନାୟକ ବୋଲି ଜଣାପଡିଛି । ଦୁଇଜଣ ଢେଙ୍କାନାଳରୁ ବାଇକରେ ଗୋବିନ୍ଦପୁର ଯାଉଥିବା ବେଳେ ହାଇୱା ଟ୍ରକ ବଡ଼ ଯୋର ଆସି ତାଙ୍କ ବାଇକ ଉପରେ ମାଡ଼ି ଯାଇଥିଲା। ପରେ ହାଇୱା ଟ୍ରକଟି ଘଟଣା ସ୍ଥଳରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଗୋବିନ୍ଦପୁର ଫାଣ୍ଡି ପୋଲିସ ହାଇୱାଟିକୁ ଜବତ କରିଥିବା ଖବର ମିଳିଛି ।

Show More

Related Articles

Back to top button