Breaking PLUSଆଇନ କାନୁନମୁଖ୍ୟ ଖବର

ରାସ୍ତାରେ ଯିବା ବେଳେ ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ, ଦବାକୁ ପଡିବ ଫାଇନ ୨୦ ହଜାର ଟଙ୍କା

ରାସ୍ତାରେ ଗଲାବେଳେ ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି କି? ଯଦି ଏପରି କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ । ନହେଲେ ଦେବାକୁ ପଡିବ ଫାଇନ । ଆଜିକାଲି ସାଇକେଲ ଏବଂ ରିକ୍ସା ଚାଳକଙ୍କ ପାଇଁ ସ୍ୱତନ୍ତ୍ର ଏକ ଲେନ୍ ତିଆରି କରାଯାଉଛି । ଯେଉଁ ଲେନରେ କେବଳ ସାଇକେଲ୍ ଏବଂ ରିକ୍ସା ଚଳାଚଳ ହୋଇଥାଏ । ଏଭଳି ସ୍ଥିତିରେ ଯଦି କୌଣସିବି ଗାଡି ଚାଳକ ରିକ୍ସା ଏବଂ ସାଇକେନ୍ ଚଳାଚଳା ପାଇଁ ହୋଇଥିବା ଲେନରେ ଗାଡି ଭର୍ତ୍ତି କରନ୍ତି ତେବେ ଧରାପଡିଲେ ତାଙ୍କୁ ୨୦ ହଜାର ଟଙ୍କା ଫାଇନ ଦବାକୁ ପଡିବ । ମୋଟର ଯାନ ଅଧିନିୟମ ଧାରା ୧୧୫ ଅନୁଯାୟୀ, ରାଜ୍ୟ ସରକାର ଅଲଗା ଅଲଗା କାଟାଗୋରିର ଜାନ ବାହାନ ପାଇଁ ସ୍ୱତନ୍ତ୍ର ଲେନ୍ ତିଆରି କରିବେ । ଆଉ ଉଲଂଘନକାରୀଙ୍କଠୁ ଫାଇନ୍ ଆଦାୟ କରିବେ । ପୂର୍ବରୁ ଏହି ନିୟମ ଉଲଂଘନ କଲେ ୨ହଜାର ଟଙ୍କା ଫାଇନ୍ ଦେବାକୁ ପଡୁଥିଲା କିନ୍ତୁ ଏବେ ୨୦ ହଜାର ଟଙ୍କା ଫାଇନ ଦବାକୁ ପଡିବ । ସେହିଭଳି ଯଦି ଆମ୍ବୁଲାନ୍ସ କିମ୍ୱା ଅଗ୍ନିଶମ ବିଭାଗର ଗାଡିକୁ ରାସ୍ତା ନଛାଡିଲେ କିମ୍ବା ତାଙ୍କର ରାସ୍ତା ଅବରୋଧ କଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ । ଯଦି କେହି ଏହିଭଳି ନିୟମକୁ ଉଲଂଘନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ନହେଲେ ନିଜକୁ ଫାଇନ ଦେବାକୁ ପଡିବ ।

Show More

Related Articles

Back to top button