ଓଡ଼ିଶା

ଶେଷ ହେଲା ତୋଷାଳି ମେଳା

ଡିସେମ୍ବରରେ ପୁଣି ହୋଇପାରେ ଆୟୋଜନ

ଶେଷ ହେଲା ତୋଷାଳି ମେଳା। ରବିବାର ଶେଷ ହୋଇଥିବାରୁ ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସବୁ ଷ୍ଟଲରେ ଭିଡ଼ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ସହିତ କଟକ , ପୁରୀରୁ ମଧ୍ୟ ଲୋକ ଆସିଥିଲେ। କିଣାକିଣି ସହ ବୁଲାବୁଲି ଓ ଖାଇବାର ମଜା ନେଇଥିଲେ ସମସ୍ତେ। ଖବର ଅନୁଯାୟୀ, ଚଳିତ ବର୍ଷ ଖରା ଦିନରେ ମେଳା ହୋଇଥିଲେ ମଧ୍ୟ ସନ୍ଧ୍ୟା ସମୟରେ ଲୋକଙ୍କ ବେଶ ଭିଡ଼ ଜମୁଥିଲା। ୨ ବର୍ଷ ପରେ ମେଳା ଲାଗିଥିବାରୁ ତୋଷାଳି ମେଳାରେ ଲୋକଙ୍କ ସୁଅ ଛୁଟିଥିଲା। ୧୪ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରାୟ ପ୍ରାୟ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହୋଇଛି । ଓଡ଼ିଶା ସମେତ ୨୪ ଟି ରାଜ୍ୟ ଏହି ମେଳାରେ ଯୋଗ ଦେଇଥିଲେ । ତେବେ ଚଳିତ ବର୍ଷ ଏହି ମେଳାରେ ପ୍ରାୟ ୧୬ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି । ହସ୍ତଶିଳ୍ପରେ ପ୍ରାୟ ୬ କୋଟ ୧୮ ଲକ୍ଷ, ହସ୍ତତନ୍ତରେ ୭ କୋଟି ୪୭ ଲକ୍ଷ , ଫୁଡ କୋର୍ଟରେ ୨ କୋଟି ୪୭ ଲକ୍ଷ ଟଙ୍କାର କାରବାର ହୋଇଛି ।

ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୮ ମାର୍ଚ୍ଚରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ପାଖାପାଖି ୧୮ଲକ୍ଷ ଲୋକଙ୍କ ସମାଗମ ହୋଇଛି। କୋଭିଡ ଯୋଗୁଁ ୨ ବର୍ଷ ଧରି ତୋଷାଳି ମେଳା ହୋଇନଥିଲା। ଏହି ୧୪ ଦିନରେ ଆଶା ଅନୁଯାୟୀ ବେପାର ହୋଇଥିବା କାରିଗର ଓ ବୁଣାକାର କହିଛନ୍ତି। ଚଳିତ ବର୍ଷ ଡିସେମ୍ବର ମାସରେ ତୋଷାଳି ମେଳା ଆଉ ଥରେ ଆୟୋଜନ କରାଯିବାର ମଧ୍ୟ ଯୋଜନା ରହିଛି। ଏପଟେ ଡିସେମ୍ବରରେ ମଧ୍ୟ ତୋଷାଳି ମେଳା ଆୟୋଜନ କରିବା ପାଇଁ ଜନସାଧାରଣ ଇଚ୍ଛା ପ୍ରକାଶ କରିଛନ୍ତି।

Show More

Related Articles

Back to top button