Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ବିଶ୍ୱକର୍ମା ପୂଜା

ଭୁବନେଶ୍ୱର – ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା। ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ପୁର ଠୁ ପଲ୍ଲୀ ଚାରିଆଡେ ଉତ୍ସବର ମାହୋଲ । ଏହି ଅବସରରେ ବିଭିନ୍ନ ବିଭିନ୍ନ କଳାକାରଖାନା ଠାରୁ ଆରମ୍ଭ କରି ମଣ୍ହପରେ ପୂଜା ଆୟୋଜିତ ହୋଇଛି ।
ସେହିପରି ଚଳଚଞ୍ଚଳ ହୋଇପଡିଛି ବନ୍ଦର ନଗରୀ ପାରାଦୀପ। ପାରାଦୀପର ଛୋଟ ବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ସେହିଭଳି ଅନୁଗୁଳ, ନାଲକୋ ନଗରରେ ମଧ୍ୟ ବେଶ୍ ଧୂମଧାମ ସହକାରେ ପୂଜା ପାଳିତ ହେଉଛି।