ମନୋରଞ୍ଜନମୁଖ୍ୟ ଖବର

ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ସିଦ୍ଧାର୍ଥଙ୍କ ପାର୍ଥିବ ଶରୀର

ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର

ବିଗବସ୍ ୧୩ର ବିଜେତା ବା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ହୃଦଘାତ ଆସିବା କାରଣରୁ ଗୁରୁବାର ଦିନ ଦେହାନ୍ତ ହୋଇଛି । ତେବେ ସିଦ୍ଧାର୍ଥ ବୁଧବାର ରାତିରେ ଶୋଇବା ପୂର୍ବରୁ କିଛି ମେଡିସିନ୍ ଖାଇଥିଲେ, କିନ୍ତୁ ତା ପରଦିନ ସକାଳୁ ସେ ଆଉ ଉଠିନଥିଲେ । ମେଡିକାଲକୁ ନେବା ପରେ ଅଭିନେତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ସ୍ପଷ୍ଟ କରିଥିଲେ । ପରଲୋକ ପରେ ସିଦ୍ଧାର୍ଥଙ୍କ ମୃତଦେହ ପୋଷ୍ଟମର୍ଟମ କରାଯାଇଛି । ଯାହା ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର ହେବ ।ପୋଲିସର ସୂଚନା ଅନୁସାରେ, ଗୁରୁବାର ଭୋର ସାଢ଼େ ୩ଟାରେ ସିଦ୍ଧାର୍ଥ ଉଠିଥିଲେ । ଅଭିନେତା ନିଜ ମା’ଙ୍କୁ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ । ଏହା ପରେ ମା’ ପାଣି ପିଇବାକୁ ଦେଇଥିଲେ ଏବଂ ଶୋଇବାକୁ ପରାମର୍ଶ ଦେଇଥିଲେ । ଗୁରୁବାର ମା’ ରିତା ସିଦ୍ଧାର୍ଥଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇ ନଥିଲେ । ମା’ ଏହା ପରେ ଝିଅଙ୍କୁ ଫୋନ୍ କରିଥିଲେ ।

ଝିଅ ଓ ଜ୍ବାଇଁ ମିଶି ସିଦ୍ଧାର୍ଥଙ୍କୁ ମୁମ୍ବାଇ ସ୍ଥିତ କୂପର ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ହସ୍ପିଟାଲରେ ସିଦ୍ଧାର୍ଥଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଆମ୍ବୁଲାନ୍ସରେ ସିଦ୍ଧାର୍ଥଙ୍କୁ କୂପର ହସ୍ପିଟାଲ ସକାଳ ୯ଟା ୪୦ରେ ନିଆଯାଇଥିଲା । ଏହି ସମୟରେ ତାଙ୍କ ସାଥୀରେ ଭଉଣୀ, ଭିଣୋଇ, ଭଣଜା ଏବଂ ୩ ଜଣ ବନ୍ଧୁଥିଲେ । ପାଖାପାଖି ୧୦ଟା ୧୫ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସକାଳ ୧୦ରୁ ୧୧ ଭିତରେ ଅଭିନେତାଙ୍କ ଅନ୍ତିମ ସଂସ୍କାର ହେବ । ଅନେକ ଟିଭି କଳାକାର ଓ ବଲିଉଡ ଜଗତର ଅଭିନେତା ସିଦ୍ଧାର୍ଥଙ୍କ ଘରେ ଉପସ୍ଥିତ ଅଛନ୍ତି । ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ଯୋଗୁଁ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି।

Show More

Related Articles

Back to top button