ଓଡ଼ିଶାପାଣିପାଗ

ଆଜି ଓଡିଶା ଛୁଇଁଲା ମୌସୁମି

ଭୁବନେଶ୍ୱର : ଆଜି ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟକୁ ଛୁଇଁଛି ମୌସୁମୀ । ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟର କେତେକ ସ୍ଥାନରେ ମୌସୁମୀ ଆସିବା ପୂର୍ବରୁ ମଧ୍ୟ ପ୍ରାକ୍‌ ମୌସୁମୀ ବର୍ଷା ହେଉଛି। କୋରାପୁଟରେ ୩ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଯାଜପୁର କୋରେଇରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆସନ୍ତା ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

Show More

Related Articles

Back to top button