ଓଡ଼ିଶା

ଆଜି ପବିତ୍ର ଗୁରୁଦିବସ ଅବସରରେ ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ଆଜି ହେଉଛି ପବିତ୍ର ଗୁରୁ ଦିବସ । ଏହି ଅବସରରେ ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପୂର୍ବାହ୍ନ ୧୧ଟାରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ଏହି ଶିକ୍ଷକମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପୁରୀ ଜିଲ୍ଲାର ନିମାପଡା ବାଙ୍ଗରୁସ ପାଟଣାର ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ । ତେବେ ପୁରସ୍କାର ବାବଦରେ ଚୟନ ହୋଇଥିବା ସମସ୍ତ ଶିକ୍ଷକମାନଙ୍କୁ ଏକ ମାନପତ୍ର, ୫୦ ହଜାର ଟଙ୍କା ଓ ସିଲଭର ମେଡାଲ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ଦୂରଦର୍ଶନରେ ପ୍ରସାରିତ ହେବ ।

ସେହିପରି ଅପରାହ୍ନ ୪ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ପୁରସ୍କୃତ ହୋଇଥିବା ଶିକ୍ଷକମାନଙ୍କ ସହ ଭାବ ବିନିମୟ କରିବେ ।

ସୂଚନା ଯୋଗ୍ୟ, ପ୍ରତିବର୍ଷ ଗୁରୁ ଦିବସରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଏଥିରେ ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ ।

Show More

Related Articles

Back to top button