Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆଜିର ମୁଖ୍ୟ ଖବର

ଆଜି ଫାଲ୍‌ଗୁନ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

➡️୧-ଆଜି ଫାଲ୍‌ଗୁନ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସନ୍ଧ୍ୟା ୫ଟାରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

➡️୨-ଗତକାଲି ଚତୁର୍ଥ ପର୍ଯ୍ୟାୟରେ ୭୩% ହେଲା ଭୋଟ୍‌: ପ୍ରାୟତଃ ସମସ୍ତ ସ୍ଥାନ ରେ ଅପେକ୍ଷାକୃତ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ମତଦାତା କଲେ ଭୋଟ୍‌ ବର୍ଜନ।

➡️୩-ଆଫଗାନିସ୍ଥାନ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପଶ୍ଚିମା ଝଡ ସକ୍ରିୟ ଯୋଗୁଁ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ରୁ ତିନିଦିନ ଧରି ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୫ରେ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ପୂର୍ବାନୁମାନ ।

➡️୪-ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ଗଣ୍ଡଗୋଳ, ବାଲାଟ୍ ବାକ୍ସ ଲୁଟ୍ ପାଇଁ ଯେଉଁ ୪୫ଟି ବୁଥ୍‌ରେ ନିର୍ବାଚନ ବାତିଲ୍ କରାଯାଇଥିବା ଜାଗାରେ ଆଜି ସାନି ନିର୍ବାଚନ ହେବ।

➡️୫-ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ତଥ୍ୟ ଅନୁଯାୟୀ ଦେଶରେ ଶିଶୁ ଯୌନ ନିର୍ଯାତନାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।

➡️୬-ବିପଦ ସମୟରେ ଭାରତ ନିଜର ବନ୍ଧୁପଣିଆ ଦେଖାଇଲା । ଆଫଗାନିସ୍ତାନରେ ଜାରି ରହିଥିବା ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ୫୦ ଟକ୍ର ଗହମ ପଠାଇଲା ।

➡️୭-ନୂଆ ସମୁଦ୍ର ତଳ କେବୁଲ ଦ୍ୱାରା ମାଳଦ୍ୱୀପ ଓ ଭାରତ ଯୋଡ଼ିହେବେ । ମାଳଦ୍ୱୀପର ପ୍ରଥମ ଆନ୍ତର୍ଜାତିକ କେବୁଲ୍‌ର ଶୁଭାରମ୍ଭ ବିଷୟରେ ଅର୍ଥନୈତିକ ବିକାଶ ମନ୍ତ୍ରୀ ମାନ୍ୟବର ଉଜ୍ ଫୟାଜ୍ ଇସ୍‌ମାଇଲ୍ କ ଦେଲେ ସୂଚନା ।

➡️୮-ଚଳିତ ଆର୍ଥିକ ବର୍ଷ ସମାପ୍ତିର 38 ଦିନ ପୂର୍ବରୁ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷ ପଣ୍ୟ ବୋଝେଇ ଠାରୁ ଅଧିକ ପରିବହନ କରିଛି ।

➡️୯-ଭୋଟର ତାଲିକାରେ ତ୍ରୁଟି ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର: କହିଲେ ‘ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ’ । ସ୍ବାଧୀନତାର ୭୫ବର୍ଷ ପରେ ବି ଆମେ ଆମର ଭୋଟର ତାଲିକା ଠିକ୍‌ ଭାବେ ପ୍ରସ୍ତୁତ କରିନପାରିବା ଚିନ୍ତା ଓ ପରିତାପର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି କହିଲେ ।

➡️୧୦-ପରସ୍ପର ସହିତ ଲଢିବେ ଜନ୍-ହ୍ରିତିକ-ରଣବୀର । ଜାନୁୟାରୀ ୨୬, ୨୦୨୩ରେ ରିଲିଜ୍ ହେବ ।

➡️୧୧-ଏଣିକି ରାଜଧାନୀ ଭୁବନେଶ୍ୱର ରେ ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଜରିମାନା। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ।

➡️୧୨-ଗୁଜୁରାଟରେ ଘନଉଛି ହିଜାବ ବିବାଦ, ପୋଲିସ ହେପାଜତରେ ବନ୍ଦ ହେଲେ ବିଶ୍ୱହିନ୍ଦୁ ପରିଷଦର ୧୫ କର୍ମୀ ।

➡️୧୩-ଉତ୍ତରପ୍ରଦେଶରେ ଆଜି ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ । ଏବି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ ଜିଲ୍ଲାରେ ୫୯ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ।

➡️୧୪-ଋଷ-ୟୁକ୍ରେନ୍ ଯୁଦ୍ଧ ଆଶଙ୍କା ଭିତରେ ଜାତିସଂଘରେ ଭାରତର ପକ୍ଷ । କହିଲା ଆଲୋଚନା ମାଧ୍ୟମରେ ସମସ୍ୟାର କରାଯାଉ ସମାଧାନ ।

➡️୧୫-ୟୁକ୍ରେନ୍‌ର ୨ ଅଞ୍ଚଳକୁ ସ୍ବତନ୍ତ୍ର ରାଷ୍ଟ୍ର ଘୋଷଣା କଲେ ପୁଟିନ୍‌: ରୁଷ୍‌ର ସେନା ମୁତୟନ ହେଲା ଆରମ୍ଭ ।

➡️୧୬-ୟୁକ୍ରେନ ସଙ୍କଟର ବଡ଼ ଧରଣର ପ୍ରଭାବ ଅଶୋଧିତ ତେଲ ବଜାର ଉପରେ ପଡ଼ିଲାଣି । ଅଶୋଧିତ ତେଲ ଦର ୧୦୦ ଡଲାର ହେଲା ପାର, ନିର୍ବାଚନ ପରେ ବଢ଼ିବ ତେଲତାତି ।

➡️୧୭-ୟୁକ୍ରେନ-ଋଷ ବିବାଦ: ଋଷ ଉପରେ ବ୍ରିଟେନର ଆକ୍ସନ, ବ୍ୟାଙ୍କ ଏବଂ ଧନୀ ବ୍ୟକ୍ତିଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ, ଅଟକାଇଲା ଗ୍ୟାସ୍ ପାଇପଲାଇନ୍ ।

➡️୧୮-ଟି-୨୦ ୱାର୍ଲ୍ଡକପ୍‌ ପାଇଁ ଯୋଗ୍ୟତା ଅର୍ଜନ କଲେ ୟୁଏଇ ଏବଂ ଆୟାରଲାଣ୍ଡ । ଏହି ମୁକାବିଲା ଅକ୍ଟୋବର-ନଭେମ୍ୱର ମାସରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି ।

➡️୧୯-ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ପାକିସ୍ତାନ ଗସ୍ତ କରି ସେଠାରେ ପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ୍ ଖେଳିବ। ତେବେ ଅଷ୍ଟ୍ରେଲିଆର କିଛି ନାମୀ ବା ଟପ୍ ଖେଳାଳି ପାକିସ୍ତାନ ବିପକ୍ଷ ଦିନିକିଆ ଓ ଟି-୨୦ରେ ଖେଳିବେ ନାହିଁ। ଆଉ ଏହାର କାରଣ ହେଉଛି ଆଇପିଏଲ୍।

➡️୨୦-ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଚଳିତ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତୀୟ ମହିଳା ଦଳ ଲଗାତାର ଚତୁର୍ଥ ପରାଜୟ ବରଣ କଲା ।

➡️ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଯିବା ସମୟରେ ପରସ୍ପର ଠାରୁ ୬ ଫୁଟ ଦୂରତା ରକ୍ଷାକରି ଧାଡିରେ ଛିଡା ହୁଅନ୍ତୁ ଓ କୋଭିଡ୍ ନିୟମ ପାଳନକରି ଭୋଟ୍ ଦିଅନ୍ତୁ ।।

 

Show More

Related Articles

Back to top button