Breaking PLUSଦେଶମୁଖ୍ୟ ଖବର

ଆଜିର ଖବର

ଆଜି ପବିତ୍ର ଶ୍ରୀରାମ ନବମୀ

୧-ଆଜି ପବିତ୍ର ଶ୍ରୀରାମ ନବମୀ : ଚଳଚଞ୍ଚଳ ଦେଶର ରାମ ମନ୍ଦିର; ଠାକୁର ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ । ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମ୍‌ରେ ପାଳନ କରାଯାଉଛି ।

୨-ଆଜିଠୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ସାହିଯାତ । ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ସାତ ସାହିରେ ପାରମ୍ପରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ।

୩-ଆଜିଠୁ ୧୮ବର୍ଷରୁ ଅଧିକ ବୟସ୍କ ନେଇପାରିବେ ବୁଷ୍ଟର ଡୋଜ୍ : ସେପଟେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର କମିଲା ଦର । କୋଭିସିଲ୍ଡ ଟିକା ଏଣିକି ୬ ଶହ ଟଙ୍କା ବଦଳରେ ୨୨୫ ଟଙ୍କାରେ ଉପଲବ୍ଧ ହେବ ।

୪-ରଥଦାଣ୍ଡରେ ରଥାରୂଢ଼ ହେଲେ ପ୍ରଭୁ ଶ୍ରୀଲିଙ୍ଗରାଜ: ତିନିମୁଣ୍ଡିଆ ଛକରେ ଅଟକିଲେ ମହାପ୍ରଭୁ । ମହାମାରୀ କରୋନା ପାଇଁ ଏଭଳି ମହାଦୃଶ୍ୟ ଦର୍ଶନରୁ ବଞ୍ଚିତ ହୋଇଥିବା ଭକ୍ତ ପାଇଁ ପ୍ରତୀକ୍ଷାର ହେଲା ଅନ୍ତ ଓ ଭକ୍ତ ମନଭରି ରଥରେ ଦେଖିଲେ ଭଗବାନଙ୍କୁ।

୫-ତିନ୍‌ ମୂର୍ତ୍ତି ଭବନରେ ସ୍ଥାପିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଡକ୍ଟର୍‌ ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଏପ୍ରିଲ୍‌ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ ।

୬-ବୌଦ୍ଧର ପ୍ରସିଦ୍ଧ ଐତିହାସିକ ରାମଲୀଳା ଯାତ୍ରା ଗତକାଲିଠାରୁ ହେଲା ଆରମ୍ଭ । ରାଜ୍ୟରେ କରୋନାର ପ୍ରକୋପ ଯୋଗୁଁ ଗତ ଦୁଇ ବର୍ଷ ହେଲା ରାମଲୀଳା ଯାତ୍ରା ବନ୍ଦ ଥିଲା। ଚଳିତ ମ‌ାସ ୨୬ ତାରିଖରେ ହେବାକୁ ଥିବା ରାବଣ ବଧ ଦେଖିବାକୁ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇ ରହିଛନ୍ତି।

୭-କଣ୍ଟାବାଞ୍ଜି ରେଳବାଇ ଷ୍ଟେସନରୁ ଆସନ୍ତା ଏପ୍ରିଲ ମାସ ୧୨ ତାରିଖରୁ ବହୁ ପ୍ରତିକ୍ଷୀତ କଣ୍ଟାବାଞ୍ଜି ଠାରୁ ହାୱାଡା ଇସ୍ପାତ ଏକ୍ସପ୍ରେସ ହେବ ଶୁଭାରମ୍ଭ ।

୮-ନନ୍ଦନକାନନରେ ଧଳାବାଘୁଣୀ ବାଘୁଣୀ ବିଜୟା ଛୁଆ ରକି ଅସୁସ୍ଥ, ସ୍ୱତନ୍ତ୍ର ଖୁଆଡରେ ଚାଲିଛି ଚିକିତ୍ସା ବ୍ୟବସ୍ଥା ।

୯-ଏଣିକି ଘରୋଇ ହସ୍ପିଟାଲରେ ବିକ୍ରି ହେବ କୋଭିଡ୍ ଭ୍ୟାକ୍ସିନ୍ । ବେସରକାରୀ ହସପିଟାଲରେ କରୋନାର ବୁଷ୍ଟର୍ ଡୋଜ ପାଇଁ ସର୍ବାଧିକ ସର୍ଭିସ ଚାର୍ଜ ୧୫୦ ଟଙ୍କା କରାଯାଇଛି ।

୧୦-ସଫଳ ହେଲା ଅଏଲ୍‌ ଇଣ୍ଡିଆର ସେସମିକ୍‌ ସର୍ଭେ, ଗୋପ ବ୍ଲକ୍‌ ଅଞ୍ଚଳରେ ରହିଛି ବହୁ ପରିମାଣର ପେଟ୍ରୋଲ ଓ ଗ୍ୟାସ ଭଣ୍ଡାର । ଗୋପର କୁଶୁପୁରୁରେ ୭୫ ପରସେଣ୍ଟରୁ ଅଧିକ ଓ ମହଲପଡାର ଚିତ୍ରାରେ ୪୦ ପରସେଣ୍ଟରୁ ଅଧିକ ପ୍ରାକୃତିକ ଗ୍ୟାସ ସହ ତୈଳ ଥିବା ସୂଚନା ଦେଲେ ଅଧିକାରୀ ।

୧୧-ମେ’ ୨୯ରେ ନବୀନଙ୍କ ୫ମ ପାଳିକୁ ୩ବର୍ଷ ପୂରିବ। ଏବେରୁ ଚଳିଲାଣି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା: ସେପଟେ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ ।

୧୨-ଏଣିକି ସଡ଼କ ଦୁର୍ଘଟଣାରେ ପୀଡ଼ିତମାନଙ୍କୁ ତତ୍କାଳ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ସଡ଼କ ସୁରକ୍ଷା ପାଣ୍ଠିରୁ ତତ୍କାଳ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବ। ଏ ସଂପର୍କରେ ମନ୍ତ୍ରାଳୟ ସମସ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

୧୩-ଭାରତୀୟ ପାଣିପାଗ ବିଭାଗଙ୍କ twitter ଆକାଉଣ୍ଟ ହେଲା ହ୍ୟାକ୍, ଅଢେଇ ଲକ୍ଷରୁ ଅଧିକ ଥିଲେ ଫଲୋଅର୍ସ ।

୧୪-ୟୁରୋପରେ ଆସିଲା କୋରୋନା ର ନୂଆ ଲହର: ଦୈନିକ ଦେଢ଼ ନିୟୁତ କୋଭିଡ୍ ସଂକ୍ରମଣ । ପ୍ରାୟ ପ୍ରତି ଚାରିମାସରେ ଗୋଟାଏ ନୂଆ ଭାରିଆଣ୍ଟ ଆତ୍ମପ୍ରକାଶ କରୁଥିବା ବେଳେ ଏବେ ଏସିଆ ମହାଦେଶରେ ବି ସଂକ୍ରମଣ ବୃଦ୍ଧି ଉଦ୍‌ବେଗର କାରଣ ପାଲଟିଛି।

୧୫-ସରିଲା ଇମ୍ରାନଙ୍କ ଖେଳ, ଅନାସ୍ଥା ପ୍ରସ୍ତାବରେ ହାରି ପ୍ରଧାନମନ୍ତ୍ରୀ ପଦରୁ ବିଦାହେଲେ ।

୧୬-ଅନାସ୍ଥା ଭୋଟରେ ବିଜୟୀ ହେଲେ ପାକିସ୍ତାନ ମୁସଲିମ ଲିଗ ନୱାଜ ସାଂସଦ ଶାହବାଜ ସରିଫ । କହିଲେ, ପାକିସ୍ତାନରେ ହେଲା ନୂଆ ସକାଳର ଶୁଭାରମ୍ଭ। ଶାହବାଜ ସରିଫ ୨୦୧୮ ଅଗଷ୍ଟ ୧୩ରୁ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ଅଛନ୍ତି । ସେ ବିରୋଧୀ ଦଳ ନେତା ମଧ୍ୟ । ଏହା ପୂର୍ବରୁ ଶାହବାଜ ପଞ୍ଜାବର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ ।

୧୭-ଭୂମିକମ୍ପରେ ଥରିଲା ନିକୋବର ଦ୍ୱୀପପୁଞ୍ଜ । ଆଜି ସକାଳ ୭ଟା ୨ ମିନିଟରେ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରହିଥିବା ଜଣାପଡ଼ିଛି ।

୧୮-ଭାରତର ଚହଟ ଆରୋରା ଥାଇଲାଣ୍ଡରେ ଅନୁଷ୍ଠିତ ଏକ ଗ୍ରୁପ ସନ୍ତରଣ ଚାମ୍ପିଅନଶିପର ମହିଳା ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଇଭେର୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ ।

୧୯-କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମହିଳା ହକିର ଦୁଇ ଟିକିଆ ଲଢ଼େଇ ରେ ହିସାବ ବରାବର କଲା ନେଦରଲାଣ୍ଡ୍ସ: ପାଲଟା ଲଢ଼େଇକୁ ସୁଟଆଉଟ୍‌ରେ ହାରିଲା ଭାରତ ।

୨୦-ବାରବାଟୀ ଷ୍ଟାଡିୟମ ହର୍ସ ଗେଟ୍‌ ହଲ୍‌ରେ କଟକ ଜିଲ୍ଲା ଚେସ୍‌ ସ˚ଘ ପକ୍ଷରୁ ଡାକ୍ତର ରବୀନ୍ଦ୍ରନାଥ ସାହୁ ସ୍ମାରକୀ ରାଜ୍ୟ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତାରେ ୧୦ ଜିଲ୍ଲାରୁ ୭୧ ଜଣ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ସହ ମୋଟ ୧୪୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି।

ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ ଏବଂ ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।।

 

Show More

Related Articles

Back to top button