
ଏଥିରେ ଆଗାମୀ ୧୦୦ଦିନର ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ। ଏହା ସହିତ ବିଭିନ୍ନ କଲ୍ୟାଣମୂଳକ ଯୋଜନାର କ୍ରିୟାନ୍ବୟନ ଉପରେ ପଦକ୍ଷେପ ନିଆଯିବ। ଏହାପୂର୍ବରୁ ଆଜି ଶପଥ ଗ୍ରହଣ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସମସ୍ତ ସହଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ନିଜ ମନ୍ତ୍ରୀ ପରିଷଦକୁ ‘ଯୁବ ଏବଂ ଅଭିଜ୍ଞତା’ର ଉତ୍ତମ ସମନ୍ବୟ ବୋଲି କହିଥିଲେ। ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଶ ବିଦେଶର ଅତିଥିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏହି ସମୟରେ ୧୪୦ କୋଟି ଦେଶବାସୀଙ୍କ ସେବା କରି ଭାରତକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ ମୋ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ। ଏହି ଅବସରରେ ନବ ନିଯୁକ୍ତ ମନ୍ତ୍ରୀମାନେ ଦେଶବାସୀଙ୍କ ଜୀବନଧାରଣ ମାନକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ।