Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ

ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ମିସାଇଲ୍ ଅସ୍ତ୍ର ମାର୍କ-୨ର ପରୀକ୍ଷଣ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ପ୍ରଥମ ଉତକ୍ଷେପଣ କରାଯିବ । ଏୟାର-ଟୁ-ଏୟାର ଅର୍ଥାତ ଆକାଶରୁ ଆକାଶ ମାର୍ଗରେ ଏହା ଲକ୍ଷ୍ୟଭେଦ କରିପାରିବ ।

ଅସ୍ତ୍ର ମିଶାଇଲର କ୍ଷମତାକୁ ବଢ଼ାଯାଇ ଅସ୍ତ୍ର ଏମ୍‌କେ-୨ ଭର୍ସନ ବା ମାର୍କ-୨ ଭର୍ସନର ନିର୍ମାଣ କରାଯାଇଛି । ଅସ୍ତ୍ର କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୮୦ କିଲୋମିଟର ରହିଥିବା ବେଳେ ଅସ୍ତ୍ର ଏମକେ-୨ର ଲକ୍ଷ୍ୟଭେଦ କ୍ଷମତା ୧୬୦ କିଲୋମିଟର ରହିଛି ।

ଆଜିର ପରୀକ୍ଷଣ ପାଇଁ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରଠାରୁ ଅଢେଇ କିଲୋମିଟର ଭିତରେ ରହିଥିବା ୪ଟି ପଞ୍ଚାୟତ ଅନ୍ତର୍ଗତ ୬ଟି ଗାଁର ପାଖାପାଖି ୮ ହଜାର ଲୋକ । ପ୍ରଶସାନ ବ୍ୟବସ୍ଥା କରିଥିବା ବେଳେ ଲୋକଙ୍କୁ ଯୋଗାଇ ଦିଆଯିବ ଆର୍ଥିକ ସହାୟତା ।

Show More

Related Articles

Back to top button