ଦେଶ ବିଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଆଜି ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ପରମ୍ପରା ସହିତ ହେବ ଶେଷକୃତ୍ୟ

ଆଜି ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୱେଷ୍ଟମିନିଷ୍ଟର ଆବେରେ ରାଜକୀୟ ପରମ୍ପରା ସହିତ ହେବ ଶେଷକୃତ୍ୟ । ଏହି ସମୟରେ ଉପସ୍ଥିତ ରହିବେ ୨୦୦୦ ରୁ ଅଧିକ ଭିଆଇପି । ଲଣ୍ଡନର ସମୟ ଅନୁସାରେ ଅତିଥିଙ୍କ ପାଇଁ ସକାଳ ୮ଟାରୁ ଖୋଲାଯିବ ୱେଷ୍ଟମିନିଷ୍ଟର ଆବେ।

ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହେବ ଶେଷକୃତ୍ୟ କାର୍ଯ୍ୟକ୍ରମ। ୨୦୦ ଶହ ସଙ୍ଗୀତଜ୍ଞ, ବ୍ୟାଣ୍ଡ ଓ ସେନାଙ୍କୁ ନେଇ ହେବ ମହାରାଣୀଙ୍କ ଶୋଭାଯାତ୍ରା।ସାମିଲ ହେବେ ୫୦୦ରୁ ଊର୍ଦ୍ଧ୍ୱ ବିଦେଶୀ ପ୍ରତିନିଧି । ଉପସ୍ଥିତ ରହିବେ ଜାପାନ ମହାରାଜା ନରୁହିତୋ ଓ ମହାରାଣୀ ମାସାକୋ, ୟୁକେ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ।

ସେହିପରି ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ ୱାଲଟର ଷ୍ଟେନମେୟର, ଇଟାଲି ରାଷ୍ଟ୍ରପତି ସର୍ଗିଓ ମାତାରେଲା, ତୁର୍କୀ ରାଷ୍ଟ୍ରପତି ରେଚପ ତୈପ ଏର୍ଦୋଆନ, ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋ ମଧ୍ୟ ଉପସ୍ଥିତ ରହିବେ । ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିରେ ଉପସ୍ଥିତ ରହିବେ ଦ୍ରୌପଦୀ ମୁର୍ମୁ । ଗତକାଲି ଦେଶବାସୀଙ୍କ ତରଫରୁ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ।

 

Show More

Related Articles

Back to top button