ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ନୀତି ଅନୁଷ୍ଠିତ

ଆଜି ହେଉଛି ମଙ୍ଗଳବାର ଭାଦ୍ରବ କୃଷ୍ଣ ଏକାଦଶୀ । ଏହି ଅବସରରେ ମହାପ୍ରଭୁଙ୍କ କାଳୀୟ ଦଳନ ନୀତି ଅନୁଷ୍ଠିତ ହେବ । ମନ୍ଦିରରେ କାଳୀୟ ଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ହେବ । କାଳୀୟ ଦଳନ ବେଶରେ ସୁଶୋଭିତ ହେବେ ମହାପ୍ରଭୁ  । ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗୀରେ କାଳୀୟ ନାଗ ଉପରେ ଉଭା ହେବେ ।  କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ୍ତ କରିଥିବ ।

ଏହି ଆଖ୍ୟାୟିକା ସ୍ମୃତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଧେନୁକାସୁର ବଧ ନୀତି ସମ୍ପନ୍ନ ହେବ । କରୋମା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଶ୍ରଦ୍ଧାଳୁମାନେ ଠାକୁରଙ୍କ ଏସବୁ ନୀତି ଦର୍ଶନରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଚଳିତ ବର୍ଷ  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା ଦେଖିବାର ଆନନ୍ଦ ପାଉଛନ୍ତି ଭକ୍ତଗଣ ।

Show More

Related Articles

Back to top button