ଓଡ଼ିଶାମୁଖ୍ୟ ଖବର

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୁରତୀ

ଜ୍ୱରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ ଦାରୁବ୍ରହ୍ମ । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ।

ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦିବ୍ୟ ପ୍ରଲେପ ଲାଗି ପରେ ଦତ୍ତମହାପାତ୍ର ଶ୍ରୀଅଙ୍ଗରେ ଖଡି ଲାଗି ନୀତି କରିଛନ୍ତି । ଏଥିପାଇଁ ୩ଟି ପର୍ଯ୍ୟାୟରେ ଦତ୍ତମହାପାତ୍ର ଅଣସର ପିଣ୍ଡିରେ ବିଜେ ଶ୍ରୀବିଗ୍ରହଙ୍କ ସେବା କରିଛନ୍ତି । ପ୍ରଥମ ସେବାରେ ଖଡ଼ି ଲାଗି ପରେ ଠାକୁରଙ୍କ ଶ୍ରୀମୁଖରେ ରେଖା ଅଙ୍କନ କରାଯାଇଥିଲା । ଶେଷରେ ଦତ୍ତମହାପାତ୍ର ବିଳମ୍ବିତ ରାତିରେ ସେବକ ଶ୍ରୀମୁଖ ସିଙ୍ଗାର କରିଥିଲେ । ଦତ୍ତମହାପାତ୍ର ସେବକ ପ୍ରଭୁଙ୍କୁ ଖଡି ଲାଗି ଗୋପନ ସେବାରେ ଧଳା ରଙ୍ଗରେ କର୍ପୂର, କସ୍ତୁରୀ, ଚନ୍ଦନ ଆଦି ସାମଗ୍ରୀରେ ପ୍ରସ୍ତୁତି ସ୍ୱତନ୍ତ୍ର ଆବରଣର ପ୍ରଲେପ ଦେଇଥିଲେ । ଖଡ଼ି ଲାଗି ସେବା ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ସ୍ୱରୂପ ଫେରିଥିବା ନେଇ ଗଜପତି ମହାରାଜାଙ୍କୁ ଭେଟିଥିଲେ । ଏହି ବିଧିକୁ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେର ନାମକରଣ କରାଯାଇଛି । ଏହା ପରେ ଗୁରୁବାର ବିଳମ୍ବିତ ରାତିରେ ପଟ୍ଟିଦିଅଁ ସନ୍ଧ୍ୟା ଧୂପ ପରେ କସ୍ତୁରୀ, କେସର, ହରତାଳ, ହେଙ୍ଗୁଳ, ଶ୍ରୀଖଣ୍ଡ କଳା, ଧଳା ରଙ୍ଗ ଆଦିରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିଥିଲେ ଦତ୍ତମହାପାତ୍ର ସେବକ ।

ଶ୍ରୀମୁଖ ସୃଙ୍ଗାର ପରେ ଝଲସି ଉଠୁଛି ଚତୁର୍ଦ୍ଧାମୁରତୀଙ୍କ ମୁଖମଣ୍ଡଳ । ଅପସର ହୋଇ ପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ନବଯୌବନ ଦର୍ଶନ ।ପଟିଦିଅଁଙ୍କ ବାହୁଡ଼ା ବିଜେ ସରିବା ପରେ ଅଣସର ତାଟି ଖୋଲାଯାଇ ପ୍ରଭୁଙ୍କ ନବଯୌବନ ଦର୍ଶନ ବିଧି ପରେ ଠାକୁରଙ୍କ ନେତ୍ରୋତ୍ସବ ନୀତି ଅନୁପାଳନ କରାଯିବ । ସ୍ନାନପୂର୍ଣ୍ଣିମା ପର ଦିନରୁ ମହାପ୍ରଭୁ ଅଣସର ବାସରେ ରହିଥିଲେ । ଏହି ସମୟରେ ପ୍ରଭୁଙ୍କ ଅବଢ଼ା ଭୋଗ ବନ୍ଦ ରହିଥିଲା । ପ୍ରଭୁଙ୍କ ଗୋପନ ସେବା ଶେଷ ହୋଇଛି । ଏହା ପରେ ଆସନ୍ତା ଆଜି ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ମହାପ୍ରସାଦ ଲାଗି ହେବ । ଖଡ଼ି ଲାଗି ନୀତି ପରେ ଶ୍ରୀମୁଖରେ ରେଖା ଟଣା ଯାଇଥିଲା ।

Show More

Related Articles

Back to top button