Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆଜି ଦିଲ୍ଲୀରେ ହେବ ଗୀତା ମେହେଟ୍ଟାଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ- ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର ଆଜି ଦିଲ୍ଲୀରେ ହେବ ଅନ୍ତିମ ସଂସ୍କାର । ଶନିବାର ରାତିରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟାଙ୍କ ମୁତ୍ୟୁ ହୋଇଥିଲା। ଏହାପରେ ତାଙ୍କର ପାର୍ଥିବ ଶରୀରକୁ ୩, ଏ.ପି.ଜେ. କଲାମ ମାର୍ଗ ସ୍ଥିତ ତାଙ୍କର ପୈତୃକ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି।

ଗୀତାଙ୍କ ପୁଅ ଆଦିତ୍ୟ ସିଂ ମେହେଟା ବିଦେଶରୁ ଫେରିବାପରେ ଆଜି ଦିଲ୍ଲୀରେ ଗୀତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ଅନ୍ୟପଟେ ଗୀତାଙ୍କ ପାର୍ଥିବ ଶରୀର ନିକଟରେ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସମେତ ପରିବାରର ସଦସ୍ୟ, ଆତ୍ମୀୟ ସ୍ବଜନ ଓ ଅନ୍ୟ ସଂପର୍କୀୟମାନେ ପାର୍ଥିବ ଶରୀର ନିକଟରେ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ସେଠାରେ ପହଞ୍ଚିଛନ୍ତି।

Show More

Related Articles

Back to top button