ଦେଶ ବିଦେଶସ୍ୱତନ୍ତ୍ର

ଆଜି ହେଉଛି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ

ଆଜି ହେଉଛି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ । ଏହା ହେଉଛି ଏକ ସଚେତନତା ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୧୦ରେ ଏହାକୁ ପାଳନ କରାଯାଏ । ୱାର୍ଲଡ ଫେଡେରେସନ୍‌ ଫର୍‌ ମେଣ୍ଟାଲ୍‌ ହେଲ୍‌ଥ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମିଳିତ ପ୍ରଯୋଜନାରେ ଏହା ୨୦୦୩ ମସିହାରୁ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକଳାପ ସହିତ ଆତ୍ମହତ୍ୟାକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ପ୍ରତିବଦ୍ଧତା ତଥା କାର୍ଯ୍ୟାନୁଷ୍ଠାନ ପ୍ରଦାନ କରାଯାଇଥାଏ ।

ଆତ୍ମହତ୍ୟା ବର୍ତ୍ତମାନ ପୃଥିବୀପୃଷ୍ଠରେ ଏକ ଅନ୍ୟତମ ବଡ ସମସ୍ୟା । ପ୍ରତିଦିନ ଅନେକ ସଂଖ୍ୟକ ଲୋକ ଆତ୍ମହତ୍ୟା କରୁଛନ୍ତି । ଖବରକାଗଜ ଏବଂ ଟେଲିଭିଜନ ଖୋଲିବାମାତ୍ରେ ପ୍ରଥମେ  ଆତ୍ମହତ୍ୟା ଖବର ନଜରକୁ ଆସୁଛି । ଆକଳନ ଅନୁସାରେ ପ୍ରତି ବର୍ଷ ହାରାହାରି ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ବିଶେଷ କରି ୧୫ରୁ ୨୯ ବର୍ଷୀୟଙ୍କ ସଂଖ୍ୟା ଏହି କ୍ଷେତ୍ରରେ ଅଧିକ ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛି ।

ତେବେ ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘କାର୍ଯ୍ୟାନୁଷ୍ଠାନ ଜରିଆରେ ଆଶା ସୃଷ୍ଟି କରିବା ।’ । ପରିବାର, ବନ୍ଧୁ, ସ୍ୱାସ୍ଥ୍ୟକର୍ମୀ, ଧାର୍ମିକ ଓ ରାଜନୈତିକ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତ୍ର ହୋଇ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଓ ସମର୍ଥନ ଜରିଆରେ ଆତ୍ମହତ୍ୟାକୁ ରୋକିବା ଚଳିତ ବର୍ଷ ଏହି ଦିବସର ଆହ୍ୱାନ ।

Show More

Related Articles

Back to top button