Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ
ଆଜି ହେଉଛି ବିଶ୍ୱ ଆସ୍ଥମା ଦିବସ
ପ୍ରତିବର୍ଷ ମେ ୩ ତାରିଖକୁ ବିଶ୍ୱ ଆସ୍ଥମା ଦିବସ ଭାବେ ପାଳନ କରାଯାଉଛି ।

ପ୍ରତିବର୍ଷ ମେ ୩ ତାରିଖକୁ ବିଶ୍ୱ ଆସ୍ଥମା ଦିବସ ଭାବେ ପାଳନ କରାଯାଉଛି । ଥରେ ଏହି ରୋଗ ଆରମ୍ଭ ହେଲେ ରୋଗୀକୁ ଅନେକ କଷ୍ଟ ସହିବାକୁ ପଡିଥାଏ । ଯଦି ଆରମ୍ଭରୁ ଏହାର ସଠିକ୍ ଚିକିତ୍ସା କରାଯାଏ ତେବେ ରୋଗୀକୁ ଏହି ରୋଗରୁ ମୁକ୍ତ କରାଯାଇପାରିବ । ରୋଗୀକୁ ଏକ ସିମଟମ୍ ଫ୍ରି ଲାଇପ୍ ମିଳିପାରିବ । ତେଣୁ ଏପରି ବ୍ୟାଧି ଭୋଗୁଥିବା ରୋଗୀଙ୍କ ପାଇଁ ଓଡିଶାରେ ଆରମ୍ଭ ହୋଇଛି ଆସ୍ଥମା ଚିକତ୍ସା କାର୍ଯ୍ୟକ୍ରମ । ଓଡିଶାରେ ଆସ୍ଥମା ରୋଗୀଙ୍କୁ ଆଶ୍ୱସ୍ତ କରିବାକୁ ଗଢି ଉଠିଛି ‘ବ୍ରେଥ୍ ଫ୍ରି ଚେଷ୍ଟ୍ କ୍ଲିନିକ୍ । ୨୦୧୬ରେ ଓଡିଶାରେ ଆରମ୍ଭ ହୋଇଥିବା ଫୁସଫୁସ ବିଶେଷତା କେନ୍ଦ୍ରର ଏହି କ୍ଲିନିକର ଶାଖା ଉଭୟ ଭୁବନେଶ୍ୱର ଓ ଇସ୍ପାତ ନଗରୀ ରାଉରକେଲାରେ ରହିଛି ।