Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି
ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତର ଆଜି ତୃତୀୟ ଦିନ ତଥା ଶେଷ ଦିନ
ଆଜି ପ୍ରଧାନମନ୍ତ୍ରୀ ଗାନ୍ଧିନଗରଠାରେ ଆୟୋଜିତ ‘ଗ୍ଲୋବାଲ ଆୟୁଷ ଇନ୍ଭେଷ୍ଟମେଣ୍ଟ ଓ ଇନୋଭେସଡ’ ସମ୍ମିଳନୀକୁ ଉଦ୍ଘାଟନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ୩ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ଗାନ୍ଧିନଗରଠାରେ ଆୟୋଜିତ ‘ଗ୍ଲୋବାଲ ଆୟୁଷ ଇନ୍ଭେଷ୍ଟମେଣ୍ଟ ଓ ଇନୋଭେସଡ’ ସମ୍ମିଳନୀକୁ ଉଦ୍ଘାଟନ କରିବେ । ଏହା ପରେ ଦାହୋଦରେ ଆୟୋଜିତ ଆଦିଜାତି ମହା ସମ୍ମିଳନୀକୁ ଉଦ୍ଘାଟନ କରିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମଙ୍ଗଳବାର ବନାସ୍ ଡାଏରୀ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଳୁ ପ୍ରୋସେସିଂ ୟୁନିଟ ସହ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ତୃଣମୂଳ ସ୍ତରରୁ ଆରମ୍ଭ କରି ବଡ ଉଦ୍ୟୋଗପତି ଏହି ପ୍ରକଳ୍ପ ମାଧ୍ୟମରେ ଉପକୃତ ହୋଇପାରିବେ ଏବଂ ଏହା ନିଶ୍ଚିତ ଭାବରେ ରାଜ୍ୟ ବିକାଶ ଦିଗରେ ଏକ ବଡ ପରିବର୍ତ୍ତନ ଆଣି ପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ।