Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ବର୍ଷର ଶେଷ ଦିନ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର- ଆଜି ବର୍ଷର ଶେଷ ଦିନ । ବିଦାୟ ନେବ ୨୦୨୪ ଏବଂ ମଧ୍ୟରାତ୍ରରେ ପାଦ ଥାପିବ ୨୦୨୫। ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସବୁ ଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଟ୍ବିନ୍ ସିଟିରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି। ବାର୍, ପବ୍ ଏବଂ ହୋଟେଲ ଗୁଡିକରେ ଜୋରଦାର୍‌ ଚେକିଂ ହେବ। ଆଜି ସନ୍ଧ୍ୟାରୁ ଯାଂଚ ପ୍ରକ୍ରିୟାକୁ ଆହୁରି କଡାକଡି କରାଯିବ। ମଦ ପିଇ ଗାଡି ଚଳାଇଲେ ବାନ୍ଧିବ ପୁଲିସ୍ । ଆରଟିଓ ସ୍ଥାନୀୟ ପୁଲିସ୍ ସହ ମିଶି ମିଳିତ ଭାବରେ ଆଜି ଅପରାହ୍ନ ୩ଟାରୁ ରାତି ୨ଟା ପର୍ଯ୍ୟନ୍ତ ଯାଞ୍ଚ କରିବ। ସହରର ପ୍ରମୁଖ ସ୍ଥାନ ସମେତ ବିଭିନ୍ନ ଅଞ୍ଚଳରେ ବ୍ଲକିଂ ସହ ଯାଞ୍ଚ କଡାକଡି କରାଯିବ। ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି। ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଇଛି କମିଶନରେଟ୍ ପୁଲିସ୍। କଟକରେ ସୁରକ୍ଷା ପାଇଁ ୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ।

Show More

Related Articles

Back to top button