Breaking PLUSଖେଳଦେଶ ବିଦେଶ

ଆଜି ଭାରତ ଓ ଇଂଲଣ୍ଡ ଶେଷ ଦିନିକିଆ : ସିରିଜ୍ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ଥିବା ଦିନିକିଆ ସିରିଜର ୩ୟ ତଥା ନିର୍ଣ୍ଣାୟକ ମୁକାବିଲା ଆଜି । ଅପରାହ୍ନ ସାଢ଼େ ୧ଟାରେ ପୁନେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଥିବା ବେଳେ ଭ୍ରମଣକାରୀ ଦଳ ଇଂଲଣ୍ଡ ଦ୍ୱୀତୀୟ ମ୍ୟାଚ ଜିତିଛି

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ଥିବା ଦିନିକିଆ ସିରିଜର ୩ୟ ତଥା ନିର୍ଣ୍ଣାୟକ ମୁକାବିଲା ଆଜି । ଅପରାହ୍ନ ସାଢ଼େ ୧ଟାରେ ପୁନେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଥିବା ବେଳେ ଭ୍ରମଣକାରୀ ଦଳ ଇଂଲଣ୍ଡ ଦ୍ୱୀତୀୟ ମ୍ୟାଚ ଜିତିଛି । ତେଣୁ ଏହି ମ୍ୟାଚରେ ବିଜୟ ହାସଲ କରି ଉଭୟ ଦଳ ଶୃଙ୍ଖଳାକୁ ଅକ୍ତିଆର କରିବାକୁ ଚାହିଁବେ । ତେଣୁ ଆଜିର ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ମ୍ୟାଚ ଜିତି ସରିଜ୍ ହାତେଇବା ଲକ୍ଷ୍ୟରେ ଉଭୟ ଦଳ ପଡିଆକୁ ଓହ୍ଲାଇବେ । ଟିମ୍ ଇଣ୍ଡିଆରେ ପ୍ରାୟତଃ ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି । ତେଣୁ ଏହି ଶୃଙ୍ଖଳା ଭାରତ ସପକ୍ଷରେ ଯିବ ବୋଲି ଆଶା କରାଯାଉଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ଫାଇନାଲ ମ୍ୟାଚ ଜିତିବା ପାଇଁ ସମସ୍ତ ପ୍ରକାରର ରଣନୀତି ପ୍ରସ୍ତୁତ କରିଛି । ଇଂଲଣ୍ଡ ପାଖରେ ମଧ୍ୟ ସିରିଜ ଜିତିବାର କ୍ଷମତା ରହିଛି । ଇଂଲଣ୍ଡ ଟିମ୍‌ରେ ଖେଳାଳିମାନେ ଅତିକମରେ ନିଜର ସମ୍ମାନ ବଂଚାଇବା ପାଇଁ ଏହି ଶୃଙ୍ଖଳା ଜିତିବାକୁ ବଳ କଷିବେ ।

ଦୁର୍ଦ୍ଧର୍ଷ ଓପନର ରୋହିତ ଶର୍ମା ଓ ସ୍ପିନର କୁଲଦୀପ ଯାଦବଙ୍କ ଫର୍ମ ଘରୋଇ ଦଳ ପାଇଁ ଚିନ୍ତାଜନକ ରହିଛି। ରୋହିତ ଉଭୟ ମ୍ୟାଚ୍‌ରେ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ । ସେ ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି । ସ୍ପିନ୍‌ ବିଭାଗରେ କୁଲଦୀପ ଓ କୃନାଲ ପାଣ୍ଡ୍ୟା ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ଆଜି ଅଧିନାୟକ ବିରାଟ କୋହଲି ପ୍ରମୁଖ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେଇପାରନ୍ତି । ସେହିପରି ପଦାର୍ପଣ ମ୍ୟାଚ୍‌ରେ ୪ ୱିକେଟ୍‌ ନେଇ ଚର୍ଚ୍ଚାକୁ ଆସିଥିବା ଯୁବ ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପୂର୍ବ ମ୍ୟାଚ୍‌ରେ ନିରାଶ କରିଥିଲେ । ତାଙ୍କ ସ୍ଥାନରେ ଟି. ନଟରାଜନ ଖେଳିପାରନ୍ତି । ସେ ଘାତକ ୟର୍କର ପକାଇବାରେ ସିଦ୍ଧହସ୍ତ । କୃନାଲ୍‌ଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ଏକାଦଶକୁ ଫେରିବା ସମ୍ଭାବନା ରହିଛି । ବ୍ୟାଟିଂ ବିଭାଗରେ କୌଣସି ପରିବର୍ତ୍ତନ ହୋଇନପାରେ । ଦ୍ୱିତୀୟ ମ୍ୟାଚ୍‌ରେ ଲୋକେଶ ରାହୁଲ, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ସେହିପରି ଦ୍ୱିତୀୟ ଦିନିକିଆରେ ଜନି ବେୟାରଷ୍ଟୋ (୧୨୪) ଓ ବେନ୍‌ ଷ୍ଟୋକ୍ସ (୯୯) ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରି ଆତଙ୍କ ଖେଳାଇ ଦେଇଥିଲେ। ଉଭୟଙ୍କ ସାମ୍ନାରେ ଭାରତୀୟ ବୋଲିଂ ବିଭାଗର ସବୁ ରଣନୀତି ଫେଲ୍‌ ମାରିଥିଲା । ମିଳିତ ଭାବେ ମୋଟ ୧୭ଟି ଛକା ମାରିଥିଲେ । ରବିବାର ମଧ୍ୟ ଉଭୟ ଅନୁରୂପ ବ୍ୟାଟିଂ ପାଇଁ ପ୍ରସ୍ତୁତ ରହିଛନ୍ତି । ଅନ୍ୟ ଓପନର ଜାସନ ରୟ ମଧ୍ୟ ଫର୍ମରେ ରହିଛନ୍ତି । ବୋଲିଂ ବିଭାଗରେ ଦଳ ଗୋଟିଏ ପରିବର୍ତ୍ତନ କରିପାରେ । ଟମ୍‌ କୁରାନଙ୍କ ସ୍ଥାନରେ ମାର୍କ ଉଡ୍‌ ଏକାଦଶକୁ ଫେରିପାରନ୍ତି ।

ସମ୍ଭାବିତ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ (ୱିକେଟକିପର), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଳ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଟି ନଟରାଜନ, ୟୁଜବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ୱାଶିଂଟନ ସୁନ୍ଦର, ଶୁଭମନ ଗିଲ, ମହମ୍ମଦ ସିରାଜ, ପ୍ରସିଦ କ୍ରିଷ୍ଣା, କୁଳଦୀପ ଯାଦବ ।

ସଂଭାବିତ ଇଂଲଣ୍ଡ ଟିମ: ଇଅନ ମୋର୍ଗାନ (ଅଧିନାୟକ), ଜୋସ ବଟଲର (ୱିକେଟକିପର), ଜସନ ରୟ, ଜନି ବେୟାରଷ୍ଟୋ, ଲିଆମ ଲିଭିଂଷ୍ଟୋନ, ବେନ୍ ଷ୍ଟୋକ୍ସ, ମୋଇନ ଅଲି, ସାମ କୁରାନ, ଟମ କୁରାନ, ଆଦିଲ ରସିଦ, ମାର୍କ ଉଡ, ସାମ ବିଲିଂ, ରେସି ଟପଲେ, ମ୍ୟାଥ୍ୟୁ ପାର୍କିନସନ ।

Show More

Related Articles

Back to top button