ଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଆଜି ଶେଷ ହେଉଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର ସମୟସୀମା

ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବଢ଼ାଉଛି ଟେନସନ୍‌। ଆଜି ଶେଷ ହେଉଛି ନୂଆ ନମ୍ବରପ୍ଲେଟ୍ ଲଗାଇବାର ସମୟ ସୀମା। ତେଣୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି ସେମାନଙ୍କ ଛାତିରେ ପଶିଲାଣି ଛନକା। କାରଣ ନୂଆ ନମ୍ବରପ୍ଲେଟ୍ ନ ଲଗାଇଥିଲେ କିମ୍ବା ସ୍ଲଟ୍ ବୁକିଂ କରି ନ ଥିଲେ ଆସନ୍ତାକାଲିଠୁ ଗଣିବେ ମୋଟା ଅଙ୍କର ତଣ୍ଡ । ଅନ୍ୟପକ୍ଷେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ସମୟସୀମାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ହୋଇଥିବା ବେଳେ ଆଜି ଏହି ମାମଲାର ଶୁଣାଣି ଅଛି। ତେଣୁ କୋର୍ଟଙ୍କ ରାୟ କାହା ସପକ୍ଷରେ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆବଶ୍ୟକୀୟ ଭିତ୍ତିଭୂମି ବିନା ଏପରି ନିୟମକୁ କଡ଼ାକଡ଼ି ଲାଗୁ କରାଯିବାକୁ ସାଧାରଣ ଲୋକେ ନାପସନ୍ଦ କରୁଛନ୍ତି। କିଏ ଟେକ୍ନିକାଲ ସମସ୍ୟା ଯୋଗଁ ଅନଲାଇନ୍‌ରେ ଆବେଦନ କରିପାରୁନି ତ ଆଉ କାହାକୁ ଡେଡଲାଇନ୍‌ର ବହୁ ପରେ ମିଳୁଛି ତାରିଖ । ଏଭଳି ସ୍ଥିତିରେ କଣ କରିବେ, ଅଡୁଆରେ ପଡିଛନ୍ତି ଗାଡ଼ି ମାଲିକ  । ତେଣୁ ସେମାନେ ଗାଡିକୁ ଘରେ ଥୋଇବେ, ନା ପଦାକୁ କାଢିବେ ସେନେଇ ଦ୍ୱଦ୍ୱରେ ରହିଛନ୍ତି । ଏପଟେ ଯେଉଁମାନେ ସ୍ଲଟ୍ ବୁକିଂ କରିଥିବେ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି  । ସୂଚନା ଅନୁସାରେ,  ୧ ଓ ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି ପାଇଛି। ୩ ଓ ୪ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦କୁ ବୃଦ୍ଧି ପାଇଛି। ସେହିପରି ୫ ଓ ୬ ଶେଷ ନମ୍ବର ଥିବା ଗାଡ଼ି ପାଇଁ ଅକ୍ଟୋବର ୩୧ ତାରିଖକୁ, ୭ ଓ ୮ ନମ୍ବର ପାଇଁ ନଭେମ୍ବର ୩୦ ତାରିଖକୁ, ୯ ଓ ଶୂନ ପାଇଁ ଡିସେମ୍ବର ୩୧ ଯାଏଁ ଡେଡ୍‌ଲାଇନ୍ ରହିଛି। ପୁରୁଣା ନମ୍ବର ପ୍ଲେଟ୍ ବଦଳାଇବା ପାଇଁ ଏବେ ଦିନକୁ ୫୦ ହଜାରରୁ ଅଧିକ ଆବେଦନ ଆସୁଛି।  ପ୍ରତିଦିନ ୧୩ ହଜାରରୁ ଅଧିକ ପ୍ଲେଟ୍ ଲାଗୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୬୦ ହଜାରରୁ ଅଧିକ ଆବେଦନ ଆସିଥିବା ବେଳେ ୬ ଲକ୍ଷ ୫୧ ହଜାର ଗାଡ଼ିରେ ଏଚ୍ଏସ୍ଆର୍‌ପି ଲାଗି ସାରିଲାଣି। ଏହାବାଦ ଆହୁରି ବହୁ ଗାଡ଼ି ଚାଳକ ହାଇ ସିକ୍ୟୁରିଟି ନମ୍ବର ଲଗାଇବା ନିମନ୍ତେ ଲାଇନ୍‌ରେ ଥିବା ବେଳେ ଜରିମାନାର ଭୟ ସେମାନଙ୍କୁ ଘାରୁଛି ।

Show More

Related Articles

Back to top button