ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଆଜି ରସଗୋଲା ଦିବସ,ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ କାଳିଆ ସାଆନ୍ତେ

ଭୁବନେଶ୍ୱର: ଆଜି ରସଗୋଲା ଦିବସ । ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଇଥାଏ ‘ରସଗୋଲା ଦିବସ’ । ଜଗନ୍ନାଥ ସଂସ୍କୃତିରେ ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଖୁଆଇବେ । କାହିଁ କେଉଁ କାଳରୁ ଏହି ପ୍ରଥା ପରିଚାଳିତ ହୋଇ ଆସୁଛି ।

ଗୁଣ୍ଡିଚା ଯାତ୍ରାରେ ପ୍ରଭୁ ଜଗନ୍ନାଥ ମା’ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥିଲେ । ଯାହାକୁ ନେଇ ମା’ ଲକ୍ଷ୍ମୀ ଅଭିମାନ କରିଥିଲେ । ପରେ ଜନ୍ମବେଦୀରେ ଲୀଳାଖେଳା ସାରି ପ୍ରଭୁ ଶ୍ରୀମନ୍ଦିର ବାହୁଡିବା ପରେ ମହାଲକ୍ଷ୍ମୀ ଜୟ ବଜୟ ଦ୍ୱାର ବନ୍ଦ୍ କରି ଦେଇଥାନ୍ତି । ଅଭିମାନୀନି ମା ଲକ୍ଷ୍ମୀଙ୍କ  ମାନଭଞ୍ଜନ ଲାଗି ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥାଏ ।

 

Show More

Related Articles

Back to top button