Breaking PLUSଓଡ଼ିଶାମୁଖ୍ୟ ଖବର

ଧରାବତରଣ କଲେ ଜଗତଜନନୀ ମା ଦୁର୍ଗା, ପୂଜା ମଣ୍ଡପରେ ଚାଲିଛି ମାଙ୍କ ଷଷ୍ଠୀ ପୂଜା

ମହାମାରୀ କରୋନା କାଳରେ ଆଜି  ଧରବତରଣ କରିବେ ଜଗତଜନନୀ ମା ଦୁର୍ଗା । ଆଜିଠୁ ମଣ୍ଡପରେ ଦୁର୍ଗତିନାଶିନୀଙ୍କ ଷଷ୍ଠୀ ପୂଜା ଆରମ୍ଭ ହେବ । ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ କରୋନା କଟକଣା ମଧ୍ୟରେ ପ୍ରସ୍ତୁତି ଶେଷ ହୋଇସାରିଛି । ଆଜି ମାଆଙ୍କର ବିଲ୍ୱବରଣ ନୀତି ଅନୁଷ୍ଠିତ ହେବ । ଚଳିତବର୍ଷ କରୋନା ଯୋଗୁ ଦଶହରା ମାହୋଲ ଫିକା ପଡ଼ିଛି । କଟକଣା ଭିତରେ ଆୟୋଜିତ ହେବ ଦୁର୍ଗାପୂଜା ।

ମଣ୍ଡପ ଭିତରକୁ ଭକ୍ତଙ୍କ ପ୍ରବେଶ ମନା । ଦେବୀଙ୍କ ଦର୍ଶନରୁ ଏବର୍ଷ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । କେବଳ ଆୟୋଜକ କମିଟିର ସୀମିତ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହିବେ । କିଛି ସ୍ଥାନରେ ମାଆଙ୍କ ମୃଣ୍ମୟ ମୂର୍ତ୍ତି ଆଗରେ ପରଦା ବ୍ୟବସ୍ଥା ବି କରାଯାଇଛି ।

ରାଜ୍ୟର କିଛି ପୂଜା କମିଟି ମାଆଙ୍କ ଦର୍ଶନ ପାଇଁ ଅନଲାଇନ ବ୍ୟବସ୍ଥା କରୁଛନ୍ତି । ଆସନ୍ତାକାଲି ମହାମାୟାଙ୍କ ମହାସପ୍ତମୀ ପୂଜା ରହିଛି । ଶନିବାର ମଣ୍ଡପରେ ମହାଅଷ୍ଟମୀ ଓ ରବିବାର ମହାନବମୀ ଅନୁଷ୍ଠିତ ହେବ । ଆସନ୍ତା ୨୬ ତାରିଖରେ ବିଜୟା ଦଶମୀ ରହିଛି । ୨୭ ତାରିଖରେ ନିରାଡମ୍ବର ଭସାଣ ଅନୁଷ୍ଠିତ ହେବ ।

Show More

Related Articles

Back to top button