ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆଜି ହେରାପଞ୍ଚମୀ

ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ମହାଲକ୍ଷ୍ମୀ

ଆଜି ପବିତ୍ର ହେରାପଞ୍ଚମୀ ରଥ ଭାଙ୍ଗିବେ ମାଆ ମହାଲକ୍ଷ୍ମୀ । ଗୁଣ୍ଡିଚାଘରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଗରେ ଭାଙ୍ଗିବେ ନନ୍ଦିଘୋଷ ରଥା । ଗୁଣ୍ଡିଚା ମନ୍ଦିରକୁ ଧର୍ମପତ୍ନୀଙ୍କୁ ସାଙ୍ଗରେ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ବୁଲି ଆସିଛନ୍ତି ଆସିଛନ୍ତି ମହାପ୍ରଭୁ । ଏଣୁ ପ୍ରଚଣ୍ଡ ରାଗରେ ଲକ୍ଷ୍ମୀ ଠାକୁରାଣୀ ରଥ ଭାଙ୍ଗି ମହାପ୍ରଭୁଙ୍କ ନନ୍ଦିଘୋଷ ଉପରେ ରାଗ ଶୁଝାଇବେ । ପରେ ରାଗରେ ଜର୍ଜରିତ ହୋଇ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ ଠାକୁରାଣୀ ।ଗୁରୁବାର ଜନ୍ମବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଏହି ନୀତି ସମ୍ପନ୍ନ ହୋଇଛି । ଶୁକ୍ରବାର ଶ୍ରୀମନ୍ଦିରରୁ ମା’ଲକ୍ଷ୍ମୀଠାକୁରାଣୀ ଆସି ଗୁଣ୍ଡିଚାମନ୍ଦିରରେ ବିଜେ ହେବେ ।

ରାତି ସାଢେ ୯ଟାରେ ଠାକୁରାଣୀ ଗୁଣ୍ଡିଚାଘର ଜଗମୋହନରେ ବିଜେ ହେବାର ନୀତି ଧାର୍ଯ୍ୟ ହୋଇଛି । ଏହି ନୀତି ବହୁଳ ଦିନପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।ପ୍ରାତଃ ୪ଟାରେ ଗୁଣ୍ଡିଚାଘର ଦ୍ୱାର ଫିଟି ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି ୫ଟାରେ ବଢିବ । ମଇଲମ-ତଡପଲାଗ ନୀତି ସାଢେ ୫ଟା, ଅବକାଶ ୬ଟାରେ ହେବ । ଏହାପରେ ଅନ୍ୟାନ୍ୟ ନୀତି ଓ ବେଶ ବଢ଼ି ଠାକୁରଙ୍କ ସକାଳ ଧୂପ ପୂର୍ବାହ୍ନ ୧୦ଟାରୁ ୧୧ଟା୩୦ ଭିତରେ ହେବ । ୧୨ଟା୩୦ମିନିଟ୍‌ ସୁଦ୍ଧା ଭୋଗମଣ୍ଡପ ସରି ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ , ବେଶ, ମଧ୍ୟାହ୍ନ ଧୂପ(ଘଣ୍ଟଛତା), ଦ୍ୱାଦଶ ଯାତ୍ରା ବନ୍ଦାପନା ୫ଟାରେ ଅନୁଷ୍ଠିତ ହୋଇ ୨ୟ ଭୋଗ ମଣ୍ଡପ ଉଠିିବ ।ସନ୍ଧ୍ୟା ସାଢ଼େ ୬ଟାରେ ଶାଢୀଖଣ୍ଡୁଆ ଲାଗି ହୋଇ ସନ୍ଧ୍ୟାଆରତ ବଢିବ । ମହାପ୍ରଭୁଙ୍କ ବାଡରେ ୭ଟାରେ ମହାସ୍ନାନ ହୋଇ ତିନି ବାଡ଼ରେ ଘଣ୍ଟଛତା ସର୍ବାଙ୍ଗ ସାଢେ ୭ଟାରେ ହେବ । ଏହାପରେ ନୂଆଲାଗି ହୋଇ ଠାକୁରେ ୬ମୂର୍ତ୍ତି ଅଳଙ୍କାର ଲାଗି ହେବେ । ସନ୍ଧ୍ୟାଧୂପ ଡାକିଯିବ ସାଢେ୮ଟାରେ । ସନ୍ଧ୍ୟା ଧୂପ ଛେକ ଡ଼ାକି ସନ୍ଧ୍ୟାଧୂପ ପୂଜା ବସିବ । ରାତି ସାଢେ୯ଟାରେ ମା’ଲକ୍ଷ୍ମୀଠାକୁରାଣୀ ରଥ ନିକଟରେ ପାରମ୍ପରିକ ନୀତି ସାରି ଜଗମୋହନକୁ ବିଜେ କରିବେ ।୯ଟା୩୫ରେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହୋଇ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବ। ସନ୍ଧ୍ୟାଧୂପ ଉଠି ମଇଲମ, ଚନ୍ଦନଲାଗି, ବଡସିଂହାର ବେଶ ଓ ବଡସିଂହାର ଭୋଗ ହୋଇ ଠାକୁରଙ୍କ ରାତ୍ର ପହୁଡ ୧ଟା ସୁଦ୍ଧା ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଛି ।

Show More

Related Articles

Back to top button