Breaking PLUSଦେଶପୂଜା ପାର୍ବଣମୁଖ୍ୟ ଖବରସ୍ୱତନ୍ତ୍ର
ଆଜି ପାଳନ ହେଉଛି ପବିତ୍ର ଇଦ୍-ଉଲ୍-ଫିତର
ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି ।

ମୁସଲମାନ ସମ୍ପ୍ରଦାୟର ଆଜି ହେଉଛି ପବିତ୍ର ପର୍ବ ଇଦ୍-ଉଲ୍-ଫିତର । ଦୀର୍ଘ ଏକମାସ ଧରି ରୋଜା ରଖିଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନ ଉପବାସ ଭଙ୍ଗକରି ନିରାଡମ୍ବର ଭାବେ ଏହି ପର୍ବକୁ ପାଳନ କରୁଛନ୍ତି । ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି । ଖୁସିରେ ଆଲିଙ୍ଗନ କରି କହିବେ ଇଦ ମୁବାରକ୍ । ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ଓ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି ମୁସଲମାନ ଭାଇ ଭଉଣୀମାନେ । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି ।
ସାରା ଦେଶରେ ହସ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ । ଇଦ୍ ପାଇଁ କଟକ ସହର ସଂପୂର୍ଣ୍ଣ ପ୍ରସ୍ତୁତ । ସହରର ବିଭିନ୍ନ ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି । ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍ ପର୍ବ ।