Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆଜିର ମୁଖ୍ୟ ଖବର

ଦାଦା ସାହେବ ଫାଲକେ ପୁରସ୍କାର ୨୦୨୨: ରଣବୀର ସିଂହ ଶ୍ରେଷ୍ଠ ଅଭିନେତା ଓ କ୍ରିତି ସାନନ ଶ୍ରେଷ୍ଠ ଅଭିନେତ୍ରୀ

ତାରିଖ ୨୨-୦୨-୨୦୨୨/ମଙ୍ଗଳବାର

୧-ଦାଦା ସାହେବ ଫାଲକେ ପୁରସ୍କାର ୨୦୨୨: ରଣବୀର ସିଂହ ଶ୍ରେଷ୍ଠ ଅଭିନେତା ଓ କ୍ରିତି ସାନନ ଶ୍ରେଷ୍ଠ ଅଭିନେତ୍ରୀ
ସବିଶେଷ ବିବରଣୀ ଅନ୍ୟ ଏକ ଲେଖାରେ ।

୨-୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ: ଦୀପଗ୍ରେସ୍ ଉପଅଧିନାୟିକା; ନମିତା ଫେରିଲେ ।

୩-ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ଏସ୍‌ପି (କମ୍ୟୁନିକେସନ୍) ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ତାଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୨ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

୪-କର୍ଣ୍ଣାଟକରେ ହିଜାବ ବିବାଦ ଥମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ସୋମବାର ଏହା ଚରମ ସ୍ତରରେ ପହଞ୍ଚିଛି। ଶିବମୋଗାଠାରେ ରବିବାର ରାତିରେ ୨୭ ବର୍ଷୀୟ ବଜରଙ୍ଗ ଦଳ କର୍ମୀ ହର୍ଷ ହିନ୍ଦୁଙ୍କୁ ଦୁର୍ବୃତ୍ତମାନେ ରବିବର୍ମା ଷ୍ଟ୍ରିଟ୍‌ର ଭାରତୀ କଲୋନୀରେ ଛୁରି ଭୁସି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି।

୫-ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ସାଂଘାତିକ ଅଭିଯୋଗ: କ୍ଲିନିକ ଖୋଲି ଲୋକଙ୍କ ଜୀବନ ନେଇଥିବା କହିଲେ ମୃତକଙ୍କ ପରିବାର ।

୬-କଳିଙ୍ଗ ଷ୍ଟାଡିଅମରେ ୩୦୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

୭-ରାଜଧାନୀରେ ଆରମ୍ଭ ହେଲା ଆମ କ୍ଲିନିକ ସେବା: ବିଏମସି ଅଧୀନସ୍ଥ ହସପିଟାଲରେ କେଉଁ ଡାକ୍ତର କେତେବେଳେ ସେବା ଯୋଗାଇବେ, ଜାରି ହେଉଛି ତାଲିକା ।

୮-ସୋସିଆଲ ମିଡିଆରେ ପୁଣି ସକ୍ରିୟ ହେବେ ଡୋନାଲ୍ଡ ଟ୍ରମ୍ପ: ଆସିଲା ଟ୍ରମ୍ପଙ୍କ ନିଜସ୍ୱ ସୋସିଆଲ ମିଡିଆ ଆପ୍ ।

୯-ଚାରା ଘୋଟାଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଜେଲ୍ ଦଣ୍ଡାଦେଶ । ୫ ବର୍ଷ ଜେଲ୍ ସହିତ ୬୦ ଲକ୍ଷ ଟଙ୍କା ଜୋରିମାନା ।

୧୦-୧୨ରୁ ୧୮ବର୍ଷର ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି ।

୧୧-ସିବିଏସ୍‌ଇ ୧୦ମ, ୧୨ଶ ପ୍ରତ୍ୟକ୍ଷ ପରୀକ୍ଷା ବାତିଲ ଦାବି : ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ

୧୨-କରୋନାକୁ ନେଇ ଭଲ ଖବର, ‘ହୁ’ କହିଲା-୨୦୨୨ ହୋଇପାରେ ମହାମାରୀର ଶେଷ ବର୍ଷ ।

୧୩-ଟାଟା-ମିସ୍ତ୍ରୀ ମାମଲା: ସାଇରସ୍ ମିସ୍ତ୍ରୀଙ୍କୁ ହଟାଇବା ବିରୁଦ୍ଧରେ ସମୀକ୍ଷା ଯାଚିକା, ମାର୍ଚ୍ଚ ୯ରେ ସୁପ୍ରିମକୋର୍ଟରେ ଶୁଣାଣି ।

୧୪-ଓଡ଼ିଶାରେ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୧ଲକ୍ଷ ଟପିଲା, ରାଜ୍ୟର ୨୭ ସହର ଓ ନଗରକୁ ସେବା ସମ୍ପ୍ରସାରିତ

 

Show More

Related Articles

Back to top button